Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Hota

Others

3  

Kalyani Hota

Others

ପାର୍ବଣେ ନବଦୁର୍ଗା

ପାର୍ବଣେ ନବଦୁର୍ଗା

1 min
125


ଆସ ଆସ ମାଁ

ପ୍ରଥମେ ମାଁ ହିମାଳୟ ନନ୍ଦିନୀ ଶୈଳପୁତ୍ରୀ

ଦକ୍ଷ ଯଜ୍ଞନାଶିନୀ ବୃଷବାହିନୀ ଜଗଧାତ୍ରୀ ।


ଆସ ଆସ ମାଁ

ଦ୍ଵିତୀୟେ ବ୍ରହ୍ମଚାରିଣୀ କମଣ୍ଡଳୁ ଧାରିଣୀ

ବ୍ରହ୍ମଜ୍ଞାନ ଅଧିକାରିଣୀ ତପସ୍ୟା ଚାରିଣୀ ।


ଆସ ଆସ ମାଁ

ତୃତୀୟେ ଚନ୍ଦ୍ରଘଣ୍ଟା ମାଁ ଶୀତଳ ଦାୟିନୀ

ପରମଶାନ୍ତିର ଦେବୀ ତୁ ଶାନ୍ତ କଲ୍ୟାଣୀ ।


ଆସ ଆସ ମାଁ

ଚତୁର୍ଥେ କୁଷ୍ମାଣ୍ଡା ମାଗୋ ଦୀର୍ଘାୟୁ କାରିଣୀ

ଅମୃତ କଳସ ହସ୍ତେ ଧରିଛୁ ସିଂହବାହିନୀ ।


ଆସ ଆସ ମାଁ

ପଞ୍ଚମେ ସ୍କନ୍ଦମାତା ଦେବତା ରକ୍ଷାକାରିଣୀ

କାର୍ତ୍ତିକଙ୍କୁ କୋଳେ ଧରି ଉଭା ଦୈତନାଶିନୀ ।


ଆସ ଆସ ମାଁ

ଷଷ୍ଠରେ କାତ୍ୟାୟନୀ ମାଁ କମଳଧାରିଣୀ

ମହେଶ୍ବର ଙ୍କ ଶକ୍ତିରୁ ଜାତ ଅଭୟମୁଦ୍ରାଣୀ ।


ଆସ ଆସ ମାଁ

ସପ୍ତମେ କାଳରାତ୍ରି ଅହଂଭାବ ବିନାଶିନୀ

କଳାବର୍ଣ୍ଣା ମୁକ୍ତକେଶୀ ମାଁ ଗର୍ଦ୍ଦଭ ବାହିନୀ ।


ଆସ ଆସ ମାଁ

ଅଷ୍ଟମେ ମହାଗୈାରୀ ମାଁ ତୁହି ଗଙ୍ଗାଧାରିଣୀ

ଦୁଃଖଦାରିଦ୍ର୍ୟ ବିନାଶୁ ମାଲୋ କଷ୍ଟ ଦଳିନୀ ।


ଆସ ଆସ ମାଁ

ନବମେ ସିଦ୍ଧିଦାତ୍ରୀ ଅର୍ଦ୍ଧନାରୀ ମାହେଶ୍ଵରୀ

ଯୋଗମାୟା ଲୋ ଭୋଗମୋକ୍ଷ ପ୍ରଦାନକାରୀ ।


ଆସ ଆସ ମାଁ

ନବଦୁର୍ଗା ରୂପେ ମାଗୋ ହୋଇ ଅବତୀର୍ଣ୍ଣା

ସଂସାର ସାଗରୁ ପାର କର ମାଁ ଯୋଗଜନ୍ମା ।  


Rate this content
Log in