STORYMIRROR

Baidyanath Panda

Abstract Others

3  

Baidyanath Panda

Abstract Others

ତା ସାଥେ ଖେଳନା

ତା ସାଥେ ଖେଳନା

1 min
164

ଖେଳନା ଖେଳନା

ତା ସାଥେ ଖେଳନା

ନୁହେଁ ସେ ଗୋଟେ ଖେଳନା

ଆଣିବାକୁ ତତେ

ସଂସାରକୁ ସିଏ

ସହିଛି କେତେ ଯାତନା

ଖେଳନା ଖେଳନା........

ଗର୍ଭେ ତତେ ଧରି

ସହିଛି ସେ ଦୁଃଖ

ଦଶମାସ ଦଶ ଦିନ

ଜନ୍ମ ଦେଇ ତତେ

ବଞ୍ଚାଇବା ପାଇଁ

କରାଇଛି ସ୍ତନ୍ୟପାନ

ସ୍ତନ୍ୟପାନ ମୂଲ

ଦେଇ ନପାରିଲୁ

ଖେଳିଲୁ ତା ସାଥେ

ତାକୁ କରି ଖେଳନା

ଖେଳନା ଖେଳନା......

ତା ଛାତି ଅମୃତ

ପାନ କରି କରି

ହୋଇଗଲୁ ତୁ ପୁରୁଷ

ପୁରୁଷତ୍ୱ ପାଇ

ଅନ୍ଧ ହୋଇ ତୁହି

କାମନାରେ ହେଲୁ ବଶ

ବିବେକ ହୁଡ଼ିଲୁ

ବୁଦ୍ଧି ହଜାଇଲୁ

ନାରୀକୁ ଭାବୁ ଖେଳନା

ଖେଳନା ଖେଳନା......

ତା ରୂପ ଯୌବନେ

ପାପ ଦୃଷ୍ଟି ଦେଲୁ

ମୋ କଥା ଭାବିଲୁ ନାହିଁ

ଶୋଷିଲୁ ତା ରକ୍ତ

ପିଶାଚ ହୋଇଣ

ମାଆ ନୁହେଁକିରେ ସେହି

ଖେଳନାରେ ବାବୁ

ତା ସାଥିରେ କେବେ

ନୁହେଁ ସେ ତୋର ଖେଳନା

ଖେଳନା ଖେଳନା.......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract