STORYMIRROR

Baidyanath Panda

Classics

3  

Baidyanath Panda

Classics

ମୁଁ, ସୁଖରେ ରହେ କି ଦୁଃଖରେ ଥାଏ.

ମୁଁ, ସୁଖରେ ରହେ କି ଦୁଃଖରେ ଥାଏ.

1 min
18

ସୁଖରେ ରହେ କି 

            ମୁଁ, ଦୁଃଖରେ ରହେ 

ମାଗିବିନି କେବେ 

         ଆଉ କିଛି ତତେ 

ମୁଁ,ଯେଉଁଠି ଥାଏ 

           ବି ଯେମିତି ଥାଏ 

ସୁଖରେ ରହେ କି 

           ମୁଁ,ଦୁଃଖରେ ରହେ

କାହା ଦୁଃଖ କେତେ 

          ବୁଝିବୁ ତୁ ଆଉ 

କେତେ କାହା କଥା 

          ତୁ ଶୁଣିବୁ ଆଉ 

ଚକା ଆଖି ତୋର 

         ଥକି ପଡ଼ିଲାଣି 

ଏବେ ଟିକେ ସିଏ 

          ବିଶ୍ରାମ ଚାହେଁ 

ମୁଁ ସୁଖରେ ଥାଏ କି

କୋଟିଏ ଲୋକଙ୍କ 

           ଦୁଃଖ ବୁଝୁଅଛୁ 

ସୁଖରେ ଦୁଃଖରେ 

          ସାହା ହେଉଅଛୁ 

କୋଟିଏ ରୁ ଗୋଟେ 

          କମିଗଲା ଏବେ 

ଏବେ ତୁ ଟିକିଏ 

        ଖାଲି ବିଶ୍ରାମ ନେ 

ମୁଁ ସୁଖରେ ଥାଏ କି

ମୋ ଜୀବନ ପଛେ 

        ଘାଣ୍ଟି ହେଉ ନର୍କେ 

ପଡେ ଯାଇ ପଛେ 

        ମୁହିଁ ପାପ ପଙ୍କେ 

ମୋ କଥାକୁ ତୁହି 

        ନ,ଭାବିବୁ ମନେ 

ଦଣ୍ଡିଏ ଏବେତୁ 

        ଟିକେ ବିଶ୍ରାମ ନେ 

ସୁଖରେ ଥାଏ କି ମୁଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics