STORYMIRROR

Baidyanath Panda

Others

3  

Baidyanath Panda

Others

ତୁ ଆସିଲେ ଆସିବୁ ନହେଲେ ନାଇଁ

ତୁ ଆସିଲେ ଆସିବୁ ନହେଲେ ନାଇଁ

1 min
143


ସାତ ଜନମକୁ

        ସାଥୀ ହେବା ପାଇଁ 

କଥା ଦେଇଥଲୁ

        ମଥା ମୋର ଛୁଇଁ

ହେଲେ ତୁ ଆସିଲୁ ନାଇଁ 

ମୁଁ.....ଏବେବି ରହିଛି ତୋ ବାଟ ଚାହିଁ

ତୁ.....ଆସିଲେ ଆସିବୁ ନହେଲେ ନାଇଁ

ଲୁଚି ଲୁଚି ଆସି

      ଗୋପନରେ ମିଶି

ଦେଇଥିଲୁ ମତେ ସିନ୍ଦୂର

ସେ ସିନ୍ଦୂର ଆଜି

      ମଥାରେ ମୋ ଅଛି

ତୁ ମତେ କରିଦେଲୁ ପର

ନିଃଶ୍ୱାସ ମୋହର

       ଚାଲୁଥିବା ଯାଏ 

ମୁଁ ରହିଚି ରହିବି ତୋହରି ପାଇଁ

ତୁ ଆସିଲେ ଆସିବୁ ନହେଲେ ନାଇଁ

ତୋ ବାଟକୁ ମୁହିଁ

      ରହିଛି ଅନାଇଁ

ଦିନ ଯାଇ ରାତି ହୁଏ

ପୁବେଇ ଜହ୍ନଟା

      ଧୀରେ ଧୀରେ ଆସି

ପଶ୍ଚିମରେ ଲୁଚିଯାଏ

ରାତି ବଢିଗଲେ

      ବିରହୀ ମନ ମୋ

ଖୋଜେ ତୋର ଛୁଆଁ ପାଇଁ

ତୁ ଆସିଲେ ଆସିବୁ ନହେଲେ ନାଇଁ

ମୁଁ ରହିଛି ରହିବି ତୋହରି ପାଇଁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍