STORYMIRROR

Baidyanath Panda

Classics

3  

Baidyanath Panda

Classics

ଚିନ୍ତମନ ଶୂନ୍ୟ ବ୍ରହ୍ମକୁ

ଚିନ୍ତମନ ଶୂନ୍ୟ ବ୍ରହ୍ମକୁ

1 min
220


ଚିନ୍ତ ମନ ଶୂନ୍ୟବ୍ରହ୍ମକୁ

         ଅଚିନ୍ତ୍ୟ ଅରୂପ

               ଜ୍ୟୋତିର୍ଲିଙ୍ଗକୁ

ଚିନ୍ତମନ ଶୂନ୍ୟ ବ୍ରହ୍ମକୁ

ନିର୍ବିକାର ଆକାର ନାହିଁ

     ଶୂନ୍ୟ ଶୂନ୍ୟ ଶୂନ୍ୟରେ ରହି

ବେଦବର ବ୍ରହ୍ମା

       ଲକ୍ଷ୍ମୀପତି ବିଷ୍ଣୁ

ଖୋଜୁଥାନ୍ତି ଯାର ଆଦ୍ୟ ପ୍ରାନ୍ତକୁ

ଚିନ୍ତମନ ଶୂନ୍ୟବ୍ରହ୍ମକୁ ll

ସଂସାରର ସାର ତ ସେହି

    ସଂସାର ମଧ୍ୟରେ ସେ ଥାଇ

କାମ କ୍ରୋଧ ଲୋଭ

        ମୋହ ମାୟା ଆଦି

ଛୁଇଁନାହିଁ ଥରେ ଯାହା ଦେହକୁ

ଚିନ୍ତମନ ଶୂନ୍ୟବ୍ରହ୍ମକୁ ll

ଅନାଦି ସେ ଅଣାକାର

       ରୂପ ରେଖ ନାହିଁ ତାହାର

ଜ୍ୟୋତି ରୂପେ ରହି

      ନିର୍ଗୁଣ ରୂପରେ

ଚଲାଏ ସେ ଏ ଦୁନିଆଁକୁ

ଚିନ୍ତମନ ଶୂନ୍ୟବ୍ରହ୍ମକୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics