STORYMIRROR

Basanti Pattnaik

Classics Inspirational

4  

Basanti Pattnaik

Classics Inspirational

" ଝିଅ ନୁହେଁ ମୁଁ ବଧୂ"

" ଝିଅ ନୁହେଁ ମୁଁ ବଧୂ"

1 min
382

      ଝିଅ ଟିଏ ହୋଇ ତ ଜନମି ଥିଲି

          ସଭିଙ୍କୁ ମୋହିତ କଲି

      ଶଶିକଳା ପରି ବଢ଼ି ଚାଲିଲି

          ବାଲ୍ୟ ଖେଳା କରୁଥିଲି

     ସମୟ ଗତି ରେ ବଡ ହୋଇଗଲି

          ହାତକୁ ଦି ହାତ ହେଲି

     ଝିଅ ଟିଏ ଥିଲି ବଧୂ ତ ସାଜିଲି

          ସାଂସାରିକ ହୋଇ ଗଲି

     କଟକଣା ରେ ତ ବନ୍ଧା ହୋଇ ଗଲି

         ଝିଅ ନାହିଁ ବଧୂ ହେଲି

     ଖୋଲା ହସେ ଯେ ଉଦଣ୍ଡି ସାଜିଲି

          ସଂସ୍କାର ଭୁଲି ତ ଗଲି

     ଟାହି ଟାପରା କୁ ସବୁତ ସହିଲି

          ଝିଅ ନୁହେଁ ବଧୂ ହେଲି

     ସୁନା ବୋହୂ ଟେ ପାଇଁ ଚେଷ୍ଟା ତ କଲି

         ସଂସ୍କାର କୁ ଜାବୁଡିଲି

     ଜୀବନ ନ‌ଇରେ ଉବୁଟୁବୁ ହୋଇ

         ବଧୂ ମୁଁ ତୁଲାଉ ଥିଲି

      ନିଜ ଦୁଃଖ କୁ ପିଇ ହରଷ ବାଣ୍ଟିଲି

           ସୁ ବଧୂ ପ୍ରୟାସ କଲି

      ଝିଅ ଟିଏ ଥିଲି ବଧୂ ହୋଇଗଲି

           କର୍ତ୍ତବ୍ୟ କରି ଚାଲିଲି

       ଭଲ ବଧୂ କି ନୁହେଁ ଜାଣିପାରିନି

           ମୁଁ କିନ୍ତୁ ଥକ୍କି ଯାଇନି 

       ମୁଁ ଯେ ଦୁହିତା ଦୁଇ କୂଳକୁ ହୀତା 

           ସମ୍ମାନ ଜଗି ଚାଲିଛି

      ସ୍ବାମୀ ସନ୍ତାନ ଶାଶୁ ଘରକୁ ନେଇ

           ନାରୀ ଧର୍ମ ବୋହେ ମୁହିଁ

     ଝିଅ ତ ଅଟ‌ଇ ଲକ୍ଷ୍ମୀ ମା ଙ୍କ ଋପ

           ସେ ପୁଣି ଅଟେ ବିବିଧା

     ବଧୂ ଋପରେ ସମାଲୋଚନା ଭାର

           ଜୀବନ ଅଡ଼ୁଆ ସୂତା

     ଅଡ଼ୁଆ ସୂତା କୁ ସଳଖି କରୁଛି

          ମୁଚୁକି ହସୁଛି ଚାହିଁ

      ପରିବାର କୁ ଟେକି ଧରିଛି ମୁହିଁ

           ନାରୀ ସର୍ବ‌ସାହା।

    

      


   


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics