ଯୌବନ
ଯୌବନ
ଯୌବନ ମୁଁ ତୁମକୁ ଦେଖୁଛି
ଅପୀୟ ଅତୀତର
ମୋହନ ବଂଶ ସ୍କନରେ
ବିମର୍ଷ ବର୍ତ୍ତମାନର
ସଂଦିତ ସୀତାରରେ
ଭାନୁମତୀ ଭବିଷ୍ୟତର
ନିକଶିତ ନୂପୁର ଛନ୍ଦରେ
ତୁମକୁ ମୁଁ ପାଇଥିଲି
ଆଦ୍ୟ ଆଷାଢର
ଅବଦମିତ ଆବେଗରେ ।
ଅବରୁଦ୍ଧ ଚେତନାର
ଅପ୍ରତ୍ୟାଶିତ ଉଦ୍ଗୀରଣରେ
ଏବେ ମୁଁ ତୁମକୁ ଖୋଲୁଛି
ଅନାହୃତ ଇତିହାସର
ଅଂତର୍ଭଦୀ ଅବଲୋକନରେ
ବିପଯ୍ୟର୍ଥ ବ୍ୟବସ୍ଥାର
ବିହିତ ପ୍ରତିବିଧାନରେ
ଉଭ୍ରାତ ଜନତାର
ସମୁଚିତ ମାର୍ଗ ଦର୍ଶନରେ ।
