ଦଶ ଦିଗପାଳ
ଦଶ ଦିଗପାଳ
ସୃଷ୍ଟି ଆରମ୍ଭିଲ ହେ ସୃଷ୍ଟି କରତା
ସର୍ବ ବ୍ୟବସ୍ଥା କରିଲ
ଦଶ ଦିଗେ ଦଶ ଦିଗପାଳ ରହି
ସୃଷ୍ଟି ବ୍ୟବସ୍ଥିତ କଲ |
ଦଶଦିଗେ ରହି ଦଶ ଦିଗପାଳ ପାଳ
କରନ୍ତି ଧର୍ମ ପାଳନ
ପୁରୁବ, ପଶ୍ଚିମ, ଉତ୍ତର,ଦକ୍ଷିଣ
ଚ଼ାରିଦିଗ ପୁଣି ଜାଣ ।
ଚାରିଦିଗ ମଧ୍ୟେ ଚ଼ାରି କୋଣ ସ୍ଥିତ
ଐସାନ୍ୟ,ନୈଋତ,ଅଗ୍ନି
ବାୟବ୍ୟ ର ସଙ୍ଗେ ଉର୍ଦ୍ଧ୍ଵ ଆଉ ଅର୍ଦ୍ଧ
ଦଶଦିଗର ସଂଲଗ୍ନୀ ।
ପୂର୍ବ ଦିଗପାଳ ଇନ୍ଦ୍ରଦେବ ପରା
ଦୁର୍ବିପାକ ନିୟନ୍ତ୍ରକ
ପଶ୍ଚିମେ ବରୁଣ ଜଳଦାତା ପରା
ସୃଷ୍ଟି ଜୀବନ କାରକ ।
ଉତ୍ତରେ କୁବେର ବୈଭବ ଦାତା ସେ
ଜୀବନ ନିର୍ବାହୀ କାର୍ଯ୍ୟ
ଦକ୍ଷିଣ ରେ ଯମ କର୍ମଫଳ ଦ୍ୟନ୍ତି
ଧନ୍ୟ ତାଙ୍କ ଶୌର୍ଯ୍ୟ ବୀର୍ଯ୍ୟ ।
ଐଶାନ୍ୟ ଦିଗରେ ଐଶାନ୍ୟ ଦେବତା
ଦେବ ଦେବ ମହାଦେବ
ସୁଖ, ଶାନ୍ତି ନିୟନ୍ତ୍ରଣ କରିଥାନ୍ତି
ସେ ପରା ମହାନୁଭବ |
ନୈଋତେ ନୈଋତ ସ୍ବଧର୍ମ ପାଳନେ
ସଦା ବ୍ରତୀ ହୋଇଥାନ୍ତି
ବାୟବ୍ୟ କୋଣରେ ବାୟୁ ଦେବ ସ୍ଥିତ
ସ୍ୱଧର୍ମେ କାର୍ଯ୍ୟ କରନ୍ତି ।
ଅର୍ଦ୍ଧେ ବିଷ୍ଣୁ ଦେବ ପାଳନ କରତା
ସୃଷ୍ଟିର ପାଳନ କରନ୍ତି
ଉର୍ଦ୍ଧ୍ବ ଅନ୍ତରୀକ୍ଷେ ବ୍ରହ୍ମଦେବ ସ୍ଥିତ
ଓଁ କାର ନାଦ ଭରନ୍ତି ।
ସର୍ବ ଚ଼ରାଚ଼ରେ ପ୍ରଭୁଙ୍କର ସ୍ଥିତି
ଆତ ଯାତ ଚନ୍ଦ୍ର ସୂର୍ଯ୍ୟ
ଦଶ ଦିଗପାଳ ଆରାଧ୍ୟ ଆମର
ବିଶ୍ୱାସ ର ମହା ଶୌର୍ଯ୍ୟ ।
ଦଶ ଦିଗପାଳ ଦଶଦିଗେ ରହି
ଦିଅନ୍ତି କର୍ମ ବାରତା
ଦଶ ଦିଗପାଳ ସାକ୍ଷୀ କଥା କୁହେ
ଆମରି ଶାସ୍ତ୍ର ସଂହିତା ।।
