ସେବ୍ୟ ସଂସର୍ଗେ ସେବକ ପୂଜ୍ୟ
ସେବ୍ୟ ସଂସର୍ଗେ ସେବକ ପୂଜ୍ୟ
ମଣିଷ ଜନମ ଦୁର୍ଲଭ ଜନମ
ଦୟା, କ୍ଷମା ତା ଭୂଷଣ
ପ୍ରେମ ଅଟେ ତାର କାଉଁରୀ ପରଶ
ଦୋହଲାଇ ଦିଏ ମନ |
ମାନବ ଜନମ ସେବାରେ ସାର୍ଥକ
ସେବକ ସଦା ବନ୍ଦିତ
ସେବ୍ୟ ସଂସର୍ଗରେ ସମ୍ମାନ ମିଳଇ
ଏ ବିଶ୍ଵେ ପ୍ରତିଫଳିତ ।
ଗାନ୍ଧୀ, ଗୋପବନ୍ଧୁ, ମଦରଟେରେସା
ସେବା ପାଇଁ ଯେ ଅମର
ପ୍ଲରେନ୍ସ ବୋଲାନ୍ତି ଦୀପ କୁମାରୀ ଯେ
ଟେରେସା ମାଆ ବିଶ୍ଵର ।
ସେବା ସଂସର୍ଗରେ ସେବକ ହୁଅଇ
ସମ୍ମାନର ଅଧିକାରୀ
ଶ୍ରେଷ୍ଠ ପ୍ରାଣୀ କରି ମଣିଷକୁ ପରା
ପଠାଇଛନ୍ତି ମୁରାରୀ ।
ଦୁଃସ୍ଥ, ଦୁଃଖୀ, ରଙ୍କି, ଅସହାୟ ଙ୍କର
ସେବା ଅଟେ ମହା ଧର୍ମ
ମାନବ ସେବାରେ ମାଧବଙ୍କ ସେବା
ବିଶ୍ଵ ଗୁରୁଙ୍କ ବଚ଼ନ |
ଆମରି ସଂସ୍କୃତି ଆମ ଧର୍ମଧାରା
ଏ କଥା ମଧ୍ୟ କହିଛି
ଶିବ ମନ୍ଦିରରେ ବୃଷଭ ସେବିତ
ସେବକ ହୋଇ ବସିଛି |
ସେବ୍ୟ ସଂସର୍ଗରେ ଗରୁଡ଼ ପୂଜିତ
ସେବାକାରୀ ସମ୍ମାନୀୟ
ଇଶ୍ୱର ସଂସର୍ଗ ସେବା ବିଧିପାଇଁ
ମନ୍ଦିରେ ସେବକ ପୂଜ୍ୟ ।
ମନ୍ଦିର, ମସଜିଦ୍ ଅବା ଗୁରୁଦ୍ଵାର
କିବା ଗୀର୍ଜା ପ୍ରକୋଷ୍ଠରେ
ସେବ୍ୟ ସଂସର୍ଗରେ ସବୁଠି ସେବକ
ସମ୍ମାନ ର ପାତ୍ର ହୁଏ ।
ମଣିଷ ଜୀବନ ପ୍ରଭୁଦତ୍ତ ଧନ
ଅଟଇ ବୁଦ୍ଧି, ବିବେକ
ପ୍ରେମ, ଦୟା, କ୍ଷମା,ମୈତ୍ରୀ ତ ଅଟଇ ଆତ୍ମାର ମୂଳ ଆଧାର ।
ଚେତନାରେ ଆମ ପ୍ରଭୁଙ୍କ ଇଂଗୀତ
ସର୍ବଦା ଯେ ଆସୁଥାଏ
ମନରେ ବିବେକ ଲଗାମ ଯୋଡିଲେ
ଆତ୍ମଶୁଦ୍ଧି ହୋଇ ଥାଏ |
ସେବ୍ୟ ବି ହୁଅନ୍ତି ପ୍ରଭୁ ଜଗଦୀଶ
ବିପଦେ ବ୍ୟଥିତ ନର
ହେଲେ ସେବକ ତ ନିରହଙ୍କାରୀ ଯେ
ସେବା ତା ଶାନ୍ତି ର ଘର ।
ସମ୍ମାନ ପାଇଁ ତ ସେବା କରେ ନାହିଁ
ନିଜ ଗୁଣେ ବିଭୁଷିତ
ସମ୍ମାନୀୟ ତାକୁ କରେ ତାର କର୍ମ
ସେବ୍ୟ ସଂସର୍ଗ ଆଧାର ।
