STORYMIRROR

Murari Prasad Pasaet

Classics Others

3  

Murari Prasad Pasaet

Classics Others

ପ୍ରଭୁ ହେ

ପ୍ରଭୁ ହେ

1 min
177


ପ୍ରଭୁ ହେ....

      ବ୍ୟର୍ଥ ଜୀବନ ମୋର...।

ନାହିଁ ପୂଣ୍ୟ କର୍ମ, ସେବା ସମର୍ପଣ

      ହୁଏଁ ସଦା ହତାଦର...।୦।

ପାପଫଳ ନିତି ବଢିବଢି ଯାଏ

       ପୂଣ୍ୟ ଯାଏ ସରିସରି।

ବିବେକ ବିଚାର ମରିମରି ଯାଏ

      ମୁଁ ହୁଏଁ ମୋର ଭଗାରି।

  କାହାକୁ କହିବି କିଏ ବା ଶୁଣିବ

       ଏ ବ୍ୟଥା ମୋ ହୃଦୟର...।୧।

ଦେଶ ଜାତି ବନ୍ଧୁ ପରିବାର ପାଇଁ

         କିଛି ମୁଁ କରି ପାରୁନି।

ପେଟ ପାଟି ପାଇଁଁ ନିରତେ ଖଟୁଛି

         ଘୃଣା ଲାଗେ ଏ ଜୀବନୀ ।

  ନର ନାରାୟଣ ସେବା ବ୍ୟତିରେକେ

      କାହିଁ ଅବା ମୁକ୍ତି କା'ର...।୨।

ଭାବ ଭକ୍ତି ଭାଷା ସାହାରାରେ ସିନା

       ଏ ପିଣ୍ଡେ ରହିଛି ପ୍ରାଣ।

ଏ ତିନିକୁ ମୋଠୁଁ ଛଡାଇ ନେବନି

        କରିମତେ ହୀନିମାନ।

   ଧନ ଜନ ଜ୍ଞାନ ହୀନ ଏ ମୁରାରି

     କୃପାକର କୃପାକର...।୩।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics