STORYMIRROR

Murari Prasad Pasaet

Inspirational Others

3  

Murari Prasad Pasaet

Inspirational Others

ଆମେ ଓଡ଼ିଆ

ଆମେ ଓଡ଼ିଆ

1 min
200


ଆମେ ଓଡିଆ ଆମ ଭାଷା ଓଡିଆ।

   ଭାରି ସୁନ୍ଦର ଏ ଭାରି ବଢିଆ।୦।

କାନ୍ତ କୋମଳ ଭାଷା ମୋର,

ଶାନ୍ତ ସୁନ୍ଦର ଭାବ ତାର,

ମନ୍ଦ୍ର ମଧୁର ବାଣୀ ତାର,

ଚନ୍ଦ୍ର ଶୀତଳ ମଧୁଝର,

      ଭାରତ ମାତାର, ଆମେ ତ ହିଆ।୧।

ମୁକ୍ତ ମାନସେ ବିଚାରଣା,

ଭକ୍ତ ଭାବନା ଉତ୍ଥାପନା,

ଦୀପ୍ତ ମୁକ୍ତିର ଆରାଧନା,

ତୃପ୍ତ ମାନସେ ଉପାସନା,

      ନିତି ନୂତନତ୍ୱ ଦେଖ ଗାରିମା।୨।

ସୁପ୍ତ ଚେତନା ଜାଗରଣେ,

ଲିପ୍ତ ସର୍ବଦା ତନେମନେ,

ସିକ୍ତ ସାଧନା ସେବାପଣେ,

ରିକ୍ତ "ମୁଁ"କାର ସମର୍ପଣେ,

     ଚିନ୍ତା ଚେତନାରେ ଭାରି ବଢିଆ।୩।

ଗୁପ୍ତ ଗଙ୍ଗା ତ ଆତ୍ମଜ୍ଞାନ,

ଦୀପ୍ତ କରଇ ନରଜନ୍ମ,

ଲିପ୍ତ ଓଡିଆ ଅନୁକ୍ଷଣ,

ତୃପ୍ତ ପାଇକି ଆତ୍ମଜ୍ଞାନ,

     ମାନସେ ମୁରାରୀ ନୋହି ଛାନିଆଁ।୪।


         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational