Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Murari Prasad Pasaet

Others

3.9  

Murari Prasad Pasaet

Others

ଶୀତ ଆଗତ

ଶୀତ ଆଗତ

1 min
168


  

*ଶୀ* ଶୀତ ଆଗତ ଶାନ୍ତ ଏ ଜଗତ

        ଶୁଭୁଛି ଆଶାର ବଇଁଶୀ *ଶୀ*

 ଶୀତଳ ସମୀର ବହେ ନିରନ୍ତର

         ନିର୍ମଳ ଜ୍ୟୋସ୍ନା ଦିଏ ଶଶୀ।

*ତ* ତରୁ ତୃଣ ପକ୍ଷୀ ଆଳସ୍ୟ ଉପେକ୍ଷି

        ଯେଝା କର୍ମେ ଥାନ୍ତି ତ୍ୱରିତ *ତ*

 ତନେ ମନେ ସର୍ବେ ଲାଗିଛନ୍ତି ଭାବେ      

         ସ୍ୱାଗତ ସଭିଙ୍କୁ ସ୍ୱାଗତ।

*ଆ* ଆତ୍ମ ଭକତିରେ ଆପେ ଆପଣାରେ

        ତୃପ୍ତ ଶାନ୍ତ ଯେସନେ ବାଆ *ଆ*

  ଆସକ୍ତି ରହିତ କଥାମୃତ ଯାର

         ଏ ଭବ ବାରିକି ନାଆ ।

*ଗ* ଗଗନ ପବନ କୁହୁଡି ଆଚ୍ଛନ୍ନ

          ନଦିଶେ ପଛ କି ଆଗ *ଗ*

 ଗମନାଗମନ ଭାରି ଅସୁବିଧା

           ଶୀତ ଦେଖାଏ ତା ରଙ୍ଗ ।

*ତ* ତତ୍ତ୍ୱଦର୍ଶୀ ଗୁରୁ ସାଧୁ ସଙ୍ଗତରୁ

       ମାୟା ନ କରେ ମୋହିତ *ତ*

  ତରତରେ ଗଲେ ମାୟାର ଜଞ୍ଜାଳ

       କରିଦିଏ କଳୁଷିତ ।

***************************


Rate this content
Log in