Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Murari Prasad Pasaet

Classics Inspirational Others

3  

Murari Prasad Pasaet

Classics Inspirational Others

ରକ୍ଷା ବନ୍ଧନରେ ଇଷ୍ଟ ସ୍ମରଣ

ରକ୍ଷା ବନ୍ଧନରେ ଇଷ୍ଟ ସ୍ମରଣ

1 min
229



       

ଆ = ଆଜ ଆସିଛିରେ ରାକ୍ଷୀ ଆସିଛି

                    କେତେ ସେନେହ ଶରଧା ଆଣିଛି।

      ଆତ୍ମୀୟତା ଭାବେ ଭାଇ ଭଉଣୀଙ୍କୁ 

                      ଯୁଗ ଯୁଗ ବାନ୍ଧି ରଖିଛି।୦।

ଜ = ଜନମ ହୋଇଲେ ଆଜିର ଦିନରେ

                       ପ୍ରଭୁ ବଳରାମ ଗୋପକୁ ଆସି

       ଜଡକୁ ଜୀବନ୍ତ କରେ ଗଙ୍ଗାଧର 

                     ଆଜ ଦିନେ ଜନ୍ମି ବଶ୍ବ ପ୍ରଶଂସି।

                  ଯୁଗ ଯୁଗ କଥା ରହିଛି ।୧।

ରା = ରାଗ ରୋଷ ଦ୍ବେଷ ମାନଅଭିମାନ

           ଆଜ ଭାଙ୍ଗିଯାଏ ଏ ରାକ୍ଷୀ ସାକ୍ଷୀ।

      ରାତାରାତି ଶତ୍ରୁ ମିତ୍ର ହୋଇଯାଏ

           ହାତେ ବାନ୍ଧି ଦେଲେ ସ୍ନେହର ରାକ୍ଷୀ।

                କେତେ କିମ୍ବଦନ୍ତୀ ସତେ ରହିଛି ।୨।

କ୍ଷୀ = କ୍ଷୀରାବ୍ଧୀତନୟା ସ୍ବାମୀ ଉଦ୍ଧରିଲେ

                   ରାକ୍ଷୀବାନ୍ଧି ବଳି ହାତରେ ପରା।

      କ୍ଷୀର-ନୀର ସମ ଏ ଦିବ୍ୟ ସମ୍ପର୍କ

                    ଉପମା ଦେବାକୁ ନାହିଁ ଏ ଧରା।

                ହସ କାନ୍ଦ ବାରି ନୋହୁଛି ।୩।।

ର = ରକ୍ଷାବନ୍ଧନର ଦିବ୍ୟ ଭାବନାରେ

                 ନରଦେହେ ନାରାୟଣ ପ୍ରକାଶ

        ରକ୍ତମାଂସଧାରୀ ମଣିଷ ମାନସେ 

                  ପ୍ରତିଫଳେ ଦେଖ ଦିବ୍ୟ ସନ୍ଦେଶ

              ଏତ ଦିବ୍ୟତାର ଭାବ ରଖିଛି,।୪।

ଦି = ଦି'ଦିନର ଏ ମଣିଷ ଜୀବନ 

                         ଦୁଃଖଦୁର୍ବିପାକେ ଭରା।

       ଦିବ୍ୟ ଭାବନା ଦିବ୍ୟ ଚେତନା 

                        ଦୀପ୍ତ କରଇ ଏ ବସୁନ୍ଧରା

           ରାକ୍ଷୀ ଆଜି ସବୁ ଦେଉଛି।୫।

ନ = ନଶ୍ବର ସଂସାରେ ଈଶ୍ବର ଆଶାରେ

                  ଆସ ଆତ୍ମଶାନ୍ତି ଖୋଜିବା।

      ନନ୍ଦନନ୍ଦନ ଶ୍ରୀ ବଳରାମ

                      ଜନ୍ମ ଦିନଏ ପାଳିବା।

                 ଭାବେ ଭଗବାନ ବସିଛି,,

                            ରାକ୍ଷୀ ଆସିଛି.... ।୬।



Rate this content
Log in

Similar oriya poem from Classics