STORYMIRROR

Murari Prasad Pasaet

Others

3  

Murari Prasad Pasaet

Others

ଶିବ ସ୍ତୁତି

ଶିବ ସ୍ତୁତି

1 min
831


  

       ରାଗ=କୌଶିକ

***************************

ଅସାର ସଂସାର,  ସାର ହେ ଶଙ୍କର 

      ଶଶାଙ୍କଶେଖର ସୁନ୍ଦର।

ଘୋର ତାଣ୍ଡବର   ବିକଟାବତାର

      ଥରହର କର ତ୍ରିପୁର।

   କୋପ ସଂହାର 

 ତାଣ୍ଡବଲୀଳା ପରିହର

ସତୀ ଶବେ ଶିବ  ହୋଇଛ କାତର

       ନାଶିଛ ଦକ୍ଷ ଅହଂକାର।୧।

ଆପେ ଆପଣାର  ଠାରେ ହୁଅ ସ୍ଥିର 

        ଆତ୍ମତତ୍ତ୍ୱଧୀର ଗମ୍ଭୀର।

ସୁରାସୁରନର   ଗନ୍ଧର୍ବ କିନ୍ନର

       କାତର ଅନ୍ତର ଅଧୀର।

      ଭୋଳା ଶଙ୍କର

    ବିଧିର ବିଧାନ ନିଷ୍ଠୁର

ସତୀ କଳେବର ବିଖଣ୍ଡି ଶ୍ରୀଧର

     ଦେବୀପୀଠ ସ୍ଥାପେ ସଂସାର।୨।

ଅହରହ ହର    ହରଷେ ବିହର

    ବିରହରେ ଏବେ ଅସ୍ଥିର।

ମାର ଦର୍ପ ହର   ଭୀଷଣାବତାର

    କୋପ ଶାନ୍ତ କର ଏଥର।

        ରଖ ସଂସାର।

      ଅରକ୍ଷ ରକ୍ଷ ହେ ଶଙ୍କର

ନ ହୋଇ ନିଷ୍ଠୁର ତ୍ରିଭୁବନେଶ୍ୱର

        ହୁଅ କରୁଣା ଅବତାର।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍