STORYMIRROR

Murari Prasad Pasaet

Classics Inspirational Others

3  

Murari Prasad Pasaet

Classics Inspirational Others

ମାଁ କେତେ ଦୁର୍ବଳ ଆଉ କର୍ବୁ

ମାଁ କେତେ ଦୁର୍ବଳ ଆଉ କର୍ବୁ

1 min
242

କେତେ ଦୂର୍ବଲ୍ ଅାଉକରବୁ ଲୋ ମାଁ ମତେ

        କେତେ ଦୁର୍ବଲ ଆଉ କରବୁ

ଛୁଛା ସଂସାରରମାୟାଜାଲେ କହ

       କେତେଦିନ୍ ଆଉ ଘାଣ୍ଟବୁ!୦!

ଜଲି ଜଲି ପରେ ମୋର ସାରା ଜୀବନ

        ଖାରସାଙ୍ଗେ ହେଲା ସମାନ

ଭଜନ୍କୀର୍ତ୍ତନଭକ୍ତିକିଛି ନାଇଁ ଜାନିଲି

          ପାଇକରି ଗୁରଜ୍ଞାନ

      ତୋର ପାଦେ ଶରନ

       ଏତକି ଜାନିଛେ ନଁଁ

     କେଭେ ପୋ ବଲି ଡାକବୁ

           କେତେ ଦୂର୍ବଲ!୧!

ବୟସ ଗଲାଲୋ ଦେହେ ମନ୍ ଦୂର୍ବଲ

             ଭାବ ହୀନ ଭକ୍ତି ହୀନ

ତଥାପି ଲୋ ମାଆଁ ତୋହରି ଆଶାରେ

           ଇ ଦିହେଁ ରହିଛେ ଜୀବନ

      ଜୀବନ ଗଲାବେଲେ

      ଥିମି ଲୋ ତୋର କୁଲେଁ

          ଇ କୁର୍ପା ମତେ କରବୁ

     କେତେ ଦୂର୍ବଲ ଆଉ କରବୁ!୨!

ସରଗ ଦେ କି ନରକ ଦେ ମା

       କିଛି ନାଇଁ କହେଁ ତତେ ।

ଯେତେ ବେଲେ ଡାକଲେ ଓ କରୁଥିବୁ

     ପର ନାଇଁ କରବୁ ମତେ ।

ସୋର କଲେ ତତେ

 ଅନ୍ତର ମନେ ସତେ 

ମାଁ ଝଲ ଝଲ ଦିଶୁଥିବୁ

କେତେ ଦୁର୍ବଳ ଆଉ କରବୁ!୩!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics