STORYMIRROR

Murari Prasad Pasaet

Others

3  

Murari Prasad Pasaet

Others

ମୁଁ ଅଯୋଗ୍ୟ

ମୁଁ ଅଯୋଗ୍ୟ

1 min
174


  

ମୁଁ ଅଯୋଗ୍ୟ  ମୁଁ ଅଯୋଗ୍ୟ  

  ପ୍ରତି ପଦକ୍ଷେପେ ମୁହିଁ  

           ବିଫଳ  ଦୁର୍ଭାଗ୍ୟ ! ୦!

ପୁଅ ହେଲି ପିତାମୁଖେ ହସ ନ ଆଣିଲି  

ବୃଦ୍ଧକାଳେ ସେବା ଯତ୍ନ   କରି ନ ପାରିଲି  

  ଆଜି ବି ବାପାଙ୍କ ଆୟ   

            କରୁଛି ମୁଁ ଭୋଗ   ।୧।

ଭାଇ ହେଲି ଭାଇ ପାଇଁ ନାହିଁ ଅବଦାନ    

ଭଉଣୀକୁ ନିଜ ହାତେ ନେଇଛି ଶ୍ମଶାନ   

     ଭାଇ ପାଇଁ ମୋ ନିଷ୍ପତ୍ତି   

             ସାଜିଛି ଦୁର୍ଯ୍ୟୋଗ  ।୨।

ସ୍ୱାମୀ ହେଲି କାଳାନ୍ତରେ ନାହିଁ ସ୍ୱାମୀ ପଣ   

ଧନହୀନେ ବିକିଦେଲି   ପତ୍ନୀ ଆଭୂଷଣ   

    ପୁରୁଷ ବେଶରେ ମୁଁ ତ  

           ଜଣାଯାଏଁ କ୍ଲୀବ  ।୩।

ବାପା ହେଲି କାକା ହେଲି ମାମୁଁ ହେଲି ଦିନେ  

କର୍ତ୍ତବ୍ୟ ସମ୍ପାଦନରେ ତ୍ରସ୍ତ  ଅନୁକ୍ଷଣେ   

      ପଦ ପ୍ରତିଷ୍ଠା ବିହୁନେ    

           ଅପମାନ ଯୋଗ   ।୪।

ସ୍ୱାର୍ଥପର ସଂସାରରେ ସ୍ୱାର୍ଥୀ ହେଲି ନାହିଁ   

ସରଳ ବିଶ୍ୱାସୀ ଗୁଣ  କଲା ମତେ ବାଇ   

       ଠକିଗଲି ସଂସାରରେ   

          ବିଡମ୍ବିତ ଭାଗ୍ୟ  ।୫।


       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍