ଅଭିଶପ୍ତ ପିତୃତ୍ୱ
ଅଭିଶପ୍ତ ପିତୃତ୍ୱ
ହେ ଠାକୁର,,,,,,,,
ମତେ ଆଉ କରବୁନି ପର।
ଧନହୀନେ ମନ ମରିମରି ଯାଏ
ବୋହିପାରୁନି ସନ୍ତାନ
ଶିକ୍ଷାର ଭାର ।୦।।
ତୋ ଭାବରେ ଭାସିଗଲି
ଦୁନିଆଁକୁ ଭୁଲିଗଲି।
ଅର୍ଥ ଉପାର୍ଜନ ପନ୍ଥା
ଦିନେ ହେଲେ ନ ଶିଖିଲି।
କାୟ,ମନ,ବାକ୍ୟେ କଲି
ପରୋପକାର,,,,,।୧।।
ନାହିଁ କିଛି ଅଭିଯୋଗ,
ଅବଶୋଶ ମହାଭାଗ।
ମୋ ପାପ କର୍ମର ଫଳ
ମୋ ସନ୍ତାନେ ନୋହୁ ଭୋଗ।
ଅଥୟ କରୁଛି ଭାଗ୍ୟ
କାନ୍ଦେ ଅନ୍ତର,,,,,,।୨।।
ଋଣ ଭାରେ କ୍ଷୀଣ ପ୍ରାଣ
ଚିନ୍ତା ଖାଏ ତନ ମନ
ଇଚ୍ଛାଥାଇ କର୍ମହୀନ
ବଢେ ମୋ ଅଯୋଗ୍ୟ ପଣ।
ମୁଁ କୁଲାଙ୍ଗାର ସନ୍ତାନ
ପତିତ ଛାର,,
ହେ ଠାକୁର,,,,,,, କରିବନି ମତେ
ଆଉ ପିଅର,,,,,।୩।।