Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Murari Prasad Pasaet

Classics Inspirational Others

4.0  

Murari Prasad Pasaet

Classics Inspirational Others

ଶୀତ ଗୀତ

ଶୀତ ଗୀତ

1 min
208



  

ଶୀ= ଶୀତ ଆଗତ ମିତ ଜଗତ ହିତେ    = ତେ

   ଶୀରା ପ୍ରଶୀରା ଥରେ ତା ପ୍ରତିଘାତେ।

ତ= ତନ,ମନ,ପରାଣ, ହୁଅଇ ଦହି.... = ହି

    ତଟସ୍ତେ ଶୀତବସ୍ତ୍ରେ,ଜାବୋଡି ରହି।

ଆ= ଆଈ,ଅଜା, ବୟସ୍କ, ରୋଗୀ ପାଇଁଁ ତ,  =ତ

    ଆସିଛି ଶୀତ ସାଜି, ବଇରୀ ସତ,,।

ଗ= ଗଲାଣି ବଢି ବାତ ପିତ୍ତ ସଂଯୋଗ,,    = ଗ

    ଗଳା ଧରୁଛି କା'ର ଥାଇ ନିରୋଗ,,।

ତ= ତଣ୍ଟିରେ କଫ ଦେଖ କରୁଛି ରାଜ,,    = ଜ

    ତନୁ ହେଉଛି କ୍ଷୀଣ, ଲାଗୁଛି ଲାଜ,,।

ମି= ମିତ ଲୋ ଘୂର୍ଣ୍ଣିବାତ ,ବରଷାପାତ,,    = ତ

    ମିହିର ପ୍ରଭା ହରି ଅରି ସାଜେ ତ,,।

ତ= ତଥାପି ଦେଶଭକ୍ତ,ସୈନିକ କର୍ମି...   = ମି

    ତନ,ମନ,ପରାଣେ,ମଙ୍ଗଳକାମି...

ଜ= ଜଗେ ସୀମାନ୍ତେ ସୀମା,ଆମ ଭାରତ,,  = ତ

    ଜବାନ୍,ଜୀବନ ଧନ୍ୟ,ମୋ ପ୍ରଣିପାତ,।

ଗ= ଗର୍ବ ଗୌରବ ସାଧୁ ସନ୍ୟାସୀ ଜାଗ,,, = ଗ

    ଗଛ ବଲ୍କକ ବାସେ ସାଧନ୍ତି ଯୋଗ,,,।

ତ= ତରି,ତାରନ୍ତି ସେହୁ ,ମିଛ ଦୁନିଆଁ...  = ଆ

    ତପ ସାଧନେ ଶୀତ ହୁଏ ଛାନିଆଁ,,।

ହି= ହିମ କାକର ବର୍ଷା  , କୃଷକ ମିତ,,  = ତ

    ହିସାବେ କୃଷକର, ପରିଶ୍ରମ ତ...।

ତେ= ତେଣୁ ଏ ଶୀତ ମିତ,ନୂହେଁ ବିଦେଶୀ... = ଶୀ

     ତେଲ ଲୁଣ ସଂସାରେ...ମୋହନ ବଂଶୀ,।


                   

ସୂଚନା= ଉପରୁ ତଳକୁ ଆଦ୍ୟରେ ଓ ତଳୁ ଉପରକୁ ପ୍ରାନ୍ତରେ ଅନୁପ୍ରାସ ଅଛି। ଆଶା! ଆପଣମାନଙ୍କୁ ଖୁସି ଲାଗିବ।


Rate this content
Log in

Similar oriya poem from Classics