STORYMIRROR

Gouri Panda

Classics

4  

Gouri Panda

Classics

ମହିଳା ଦିବସ

ମହିଳା ଦିବସ

1 min
1.2K

ଆସରେ ପାଳିବା ମହିଳା ଦିବସ 

ମହିଳା ଙ୍କ ପାଇଁ କି କରିଛି ଦେଶ ।


କଟାକ୍ଷ କରୁଛି ଏ, ଦେଶ ପୁରୁଷ

ମହିଳାଙ୍କୁ ଦେଖି କରେ ଉପହାସ। 


ତୁଚ୍ଛ ତୁହି ନାରୀ, ବୋଝ ତୁ ସବୁରି

ହୋଇ ନ ପାରିବୁ ତୁ ଦେଶର ଶିରୀ। 


ନାରୀ ଚଞ୍ଚକତା, ଆଣେ ଶିଥିଳତା 

କହୁଛି ପୁରୁଷ ରାଜନୀତି ସତ୍ତା। 


ପୁରୁଷ ସମାଜ ଚାହେଁନା ଉତ୍ଥାନ 

ନାରୀ ସଦା ରହୁ ସମାଜେ ନିଊନ। 


ଦୁର୍ବଳ ପୁରୁଷ, ଦୁର୍ବଳତା ନେଇ 

ନାରୀ ଦୁର୍ବଳତା ସଦା ରହେ ଚାହିଁ। 


ଆରେ, ରେ ପୁରୁଷ, ଦେଖୁନୁ କି ସତ

କରୁଅଛି ନାରୀ ଆତଙ୍କି ନିହତ। 


ନାରୀ ଜାଣିପାରେ, ନାରୀ ଲଢିପାରେ

ସୁନ୍ଦର ଶରୀର ନାରୀ ଦେଇପାରେ। 


ସଜାଏ ସେ ଘର, ସଜାଏ ସମାଜ

ପରକୁ ଆପଣା କରେ ସେଇ ବୀଜ। 


ନାରୀ ପାଶେ ହାରି, ସ୍ବୟଂ ନରହରି 

ମହିଷା ନିହତେ ଜନମିଲେ ଗୌରୀ। 


ସେଇ ନାରୀ ଆଜି ପୀଡିତା, ଲାଞ୍ଛିତା 

ଲାଗୁଛି ଫେରିଛି ରାମାୟଣ ସୀତା। 


ନାରୀ ମାତା, ଭଗ୍ନୀ, ପ୍ରେମିକା ଓ ପତ୍ନୀ

ସ୍ନେହ ପାଇ ଟିକେ ପିଇଯାଏ ଅଗ୍ନି। 


ନାରୀ ଦିବସ ରେ, ନାରୀ ସମ୍ମାନରେ

ଟିକିଏ ସମ୍ମାନ ତା ପାଇଁ ଦିଅରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics