STORYMIRROR

Sunanda Mohanty

Abstract Classics Inspirational

4  

Sunanda Mohanty

Abstract Classics Inspirational

ମୋ ବନ୍ଧୁଙ୍କ ମନଭାଷା

ମୋ ବନ୍ଧୁଙ୍କ ମନଭାଷା

1 min
1.0K


ମୋ ବନ୍ଧୁଙ୍କ ମନଭାଷା 

ପଢ଼ିପାରେ ବୋଲି ମନେ ଆଶା 

ବନ୍ଧୁ ପଣେ ବନ୍ଧୁ ବୁଝିପାରେ 

ଦରଦୀ ବନ୍ଧୁର ମନ ପରିଭାଷା 


ପରସ୍ପର ପରସ୍ପର ପ୍ରତି ଅତି 

ସମ୍ବେଦନଶୀଳ ଥିବା ଉଚିତ 

ଯେହେତୁ ବୁଝିହୁଏ ମନତଳ ପ୍ରୀତି 

ଯେତେ ଦୂରେ ଥିଲେ ନିକଟରେ ଅତି 


ରାଗ କ୍ରୋଧ ହିଂସାରୁ ବାହାର 

ବନ୍ଧୁ ମନଭାଷାର ନାହିଁ ପଟ୍ଟାନ୍ତର 

ଦୀପ ଧୂପ ଚନ୍ଦନ ବାସେ ସରସର 

ମନଭାଷା ମିଠା ପଢି ହୃଦୟ ଭିତର 


ମୋ ବନ୍ଧୁ ମନଭାଷା ଫୁଟି ଉଠେ 

ଫୁଲ ପରି ତାର ବାସ୍ନା ନିତି ଛୁଟେ 

ମନରୁ ହୃଦୟ ଓଁ ଶବ୍ଦ ଶୁଭେ ଗୋଟେ 

ନିକିତି ତଉଲ ନଥାଏ,ବଡ଼ସାନ ମୋଟେ 


ବନ୍ଧୁ ମନଭାଷା ସାହିତ୍ୟ ସଳିତା 

ବୁଝିଗଲେ ଆନନ୍ଦେ ଘୁରେ ମଥା 

ନଥାଏ ଆଉ ବେଦନା କି ବ୍ୟଥା 

ମହମହ ବାସେ ଜୀବନ ନାଆ କଥା 


ମନଭାଷା ପଢିବାକୁ ମୋ ବନ୍ଧୁ ଜଗା 

ବନ୍ଧୁ ପଣେ ଦିଏ ନାହିଁ କେବେ ଦଗା 

ଚକାଆଖି ମନଭାଷା ନପଢି ମୁଁ ଅଭାଗା 

ସବୁରି ଉର୍ଦ୍ଧରେ ସଭିଙ୍କ ବନ୍ଧୁ ସେହି ଜଗା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract