Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଅନୁଭବରେ ଦିବ୍ୟସତ୍ତା

ଅନୁଭବରେ ଦିବ୍ୟସତ୍ତା

1 min
255



ହେ ଦିବ୍ୟସ୍ୱରୂପ ପ୍ରଜ୍ଞାନମ୍ ବ୍ରହ୍ମ

ଗୋବର୍ଦ୍ଧନ ପୀଠାଧୀଶ

ପବିତ୍ର ପ୍ରଶାନ୍ତ ପ୍ରଫୁଲ୍ଲ କମଳ

ସ୍ଥିତପ୍ରଜ୍ଞ ଧର୍ମଶୀର୍ଷ ।


ଆଦି ଶଙ୍କରଙ୍କ ଚଳ ଅବତାର

ସ୍ୱ।ମୀ ନିଶ୍ଚଳ ଆନନ୍ଦ

ବେଦ ଶାସ୍ତ୍ର ଜ୍ଞାନ ଗଣିତ ଦର୍ଶନେ

ଅଦ୍ୱିତୀୟ ପାରଙ୍ଗମ ।


ଅର୍ଦ୍ଧ ନାରୀଶ୍ୱର ଚନ୍ଦ୍ରମୈ।ଳିଶ୍ୱର

ଆରାଧ୍ୟ ଶିବ ଶ୍ରୀକୃଷ୍ଣ

ଆୟତ୍ତ ଶ୍ରୀମୁଖେ ପ୍ରଖର ବିଦ୍ୱତା

ଋଗବେଦ ଶ୍ରେଷ୍ଠ ଜ୍ଞାନ ।


ମୁକ୍ତି ମଣ୍ଡପର ତୁମ୍ଭେ ଅଧିକାରୀ

ପୁରୁଷ ପୁରୁଷୋତ୍ତମ

ଗୁରୁ ସନାତନ ତତ୍ତ୍ୱ ନିର୍ଦ୍ଧାରକ

ନୀଳଚକ୍ର ସୁଦର୍ଶନ ।


ତ୍ରିଗୁଣ ତ୍ରିତାପ ପତିତପାବନ

ମହାଗୁରୁ ମହାମନ୍ତ୍ର

ନୀଳାଚଳ ଧାମେ କୈବଲ୍ୟ ମୁକତି

ଜଗନ୍ନାଥ ପର°ବ୍ରହ୍ମ ।


ସମଗ୍ର ଭାରତ ପୂର୍ବ ଉପଦ୍ୱ1ପ

ନେପାଳ ବଙ୍ଗ ଭୂଟାନ

ବାରାଣସୀ ପୁରୀ ଶ୍ରୀ ପ୍ରୟାଗ ଗୟା

କ୍ଷେତ୍ରେ ଗୁରୁ ଗରୀୟାନ ।


ତୁମ୍ଭ ପାଦପଦ୍ମେ କୋଟି ନମସ୍କାର

ହେ ଦିବ୍ୟସତ୍ତା ଚେତନ

କହିଦିଅ ପଥ ସ୍ୱପ୍ନେ ଅନୁଭବେ

ଦିବ୍ୟଦୃଷ୍ଟି କର ଦାନ ।

   


Rate this content
Log in

Similar oriya poem from Classics