Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SRIKANTA PRADHAN

Classics

4.5  

SRIKANTA PRADHAN

Classics

ସଂକ୍ଷେପ ଶ୍ରୀମଦ ଭାଗବତ

ସଂକ୍ଷେପ ଶ୍ରୀମଦ ଭାଗବତ

1 min
1.2K


ଅଭ୍ୟାସ କର ମନ ନିତ୍ୟ,ଶ୍ରୀମଦ ଭାଗବତ

ଅଜ୍ଞାନତା ଯିବ ଏ ଗ୍ରନ୍ଥ ପଠନେ

ଭାଗବତ ସିନା ପରମ ଶାସ୍ତ୍ର l


ବ୍ୟାସଦେବ କଲେ ରଚନା ନାରାୟଣ ଯଶ ବର୍ଣ୍ଣନା

ଜଗନ୍ନାଥ ଦାଶ ପ୍ରାକୃତ ଭାଷାରେ

ଦ୍ୱାଦଶ ସ୍କନ୍ଧକୁ କଲେ ପ୍ରଣୀତ l


ଆଦ୍ୟ ବେନି ସ୍କନ୍ଧର ଗାଥା ଭାଗବତ ଆଗତ କଥା

ତୃତୀୟେ ବ୍ରହ୍ମାଣ୍ଡ ସର୍ଜନା ଚତୁର୍ଥେ

ଧ୍ରୁବ ତପେ ଧ୍ୟାୟୀ ଅଜପା ମନ୍ତ୍ର l


ପଞ୍ଚମେ ଭ୍ରତ ନୃପମଣି ସାତପୁତ୍ରେ ବାଣ୍ଟି ଧରଣୀ

ଷଷ୍ଠେ ନାରାୟଣ ନାମ ଉଚ୍ଚାରିଣ

ପାପୀ ଅଜାମ୍ବିଳ ହେଲା ମୁକତ l


ସପ୍ତମେ ପ୍ରହଲ୍ଲାଦ ଜନ୍ମ ହିରଣ୍ୟ -ଅକ୍ଷ ବିଦାରଣ

ଅଷ୍ଟମେ ସାଗର ହୋଇଲା ମନ୍ଥନ

ଗଜ ମକର ର ଯୁଦ୍ଧ ଚରିତ l


ବଂଶାନୁ କ୍ରମିକ ନବମ ଦଶମେ ଗୋବିନ୍ଦ ଜନମ

ଗୋପ ବୃନ୍ଦାବନ ମଥୁରା ଦ୍ୱାରିକା

କହ୍ନାଇ ଅଦ୍ଭୁତ ଲୀଳା ବର୍ଣ୍ଣିତ l


ଏକାଦଶେ ଷଡ଼ ସମ୍ବାଦ ତତ୍ତ୍ୱ ଅର୍ଥ ହୋଇଲା ଭେଦ

ଦ୍ୱାଦଶ ସ୍କନ୍ଧରେ ପରୀକ୍ଷିତ ଆଗେ

ଶୁକ ବିହିଲେ ଭବିଷ୍ୟ ଆଗତ l


କହିଲା ଦୀନ ପ୍ରେମାନନ୍ଦ ଭାଗବତ ଦ୍ୱାଦଶ ସ୍କନ୍ଧ

ଅଭ୍ୟାସ ରେ ମନ ଚିନ୍ତି ଚଇତନ

ଦଣ୍ଡି ନପାରିବ ମାର୍ତ୍ତଣ୍ଡ ସୁତ l


Rate this content
Log in

Similar oriya poem from Classics