STORYMIRROR

Dr Prateek kumar Pahi

Classics Inspirational

4  

Dr Prateek kumar Pahi

Classics Inspirational

ଦେଖାଅ ନିଜର ଦମ୍ଭ

ଦେଖାଅ ନିଜର ଦମ୍ଭ

1 min
998

ଅବଳା ଶବ୍ଦରେ ନିହିତ ରହିଛି

ଅସୀମ ଅମାପ ଶକ୍ତି,

ସବଳା ନାରୀ ସେ ଜନ୍ମଦାତ୍ରୀ ପୁଣି

ଅନ୍ତ ରୂପେ ଦିଏ ମୁକ୍ତି ।


ଜନନୀ ଘରଣୀ ଭଗିନୀ ପ୍ରଭୃତି

ଅନେକ ମାଧ୍ୟମ ଧରି,

ପୁରୁଷ ଜୀବନ କରେ ଆଲୋକିତ

ସୁଖ ସ୍ବାଚ୍ଛନ୍ଦ୍ୟରେ ଭରି ।


ଅତ୍ୟାଚାର ଭୋଗେ ନାରୀଟିଏ ଆଜି

ଘରୋଇ ହିଂସାରେ ପରା,

ଗଣ ବଳାତ୍କାର କନ୍ୟାଭ୍ରୁଣ ହତ୍ୟା

ଦୋହଲାଇ ଦିଏ ଧରା ।


ସମୟ ଚକ୍ରରେ ନିଜ ଅସ୍ତିତ୍ୱକୁ

ପାସୋରି ଯାଇଛି ସେହି,

କାତ୍ୟାୟନୀ ମାତା ମହିଷାମର୍ଦ୍ଦିନୀ

ସମୃଦ୍ଧ ତ୍ରିଗୁଣମୟୀ ।


ପୁରାଣ ବର୍ଣ୍ଣିତ କଥାଟିଏ ଅଛି

ଶକ୍ତି ବିନା ଶିବ ଶବ,

ଉଠାଇ ଖର୍ପର ସର୍ବ ନାରୀକୁଳ

ଦେଖାଅ ନିଜର ଦମ୍ଭ ।


Rate this content
Log in

Similar oriya poem from Classics