STORYMIRROR

Dr Prateek kumar Pahi

Comedy Classics

3  

Dr Prateek kumar Pahi

Comedy Classics

ମୋ କଥାକୁ ଭାବୁଥିବୁ

ମୋ କଥାକୁ ଭାବୁଥିବୁ

1 min
287

ବୟସ ହେଲାଣି ତିରିଶି ଉପରେ 

ନାହିଁ ତୋ ମୁହଁକୁ ଲାଜ,

କାଳିଆ ମାଙ୍କେଡ଼ା ବୁଢାବର ପାଇଁ 

ହେଉଛୁ ତୁ ସଜବାଜ

ଗାଆଁ ମୁଲକର ଗେହ୍ଲେଇ ଫୁଲେଇ 

କପାଳ ଫାଟିଲା ତୋର,

ପାଚିଲା ବାଳରେ ସିନ୍ଦୁର ନାଇଲୁ 

ଗଢିବାକୁ ପରିବାର

ନୟନ ତୋହର ହରିଣୀ ସମାନ 

ସମସ୍ତଙ୍କୁ ଅଛି ଜଣା,

ଚାଳିଶି ବର୍ଷିଆ ଗେରସ୍ତଟା ମତେ 

ଲାଗୁଛି ଅନ୍ଧାରକଣା

ମରହଟ୍ଟିଆ ସେ ମଫସଲ ଗାଆଁ 

ଶାଶୁଘର ଦିନେ ହେବ,

ନଇ ଅତଡ଼ାରେ ଘଷି ପାରି ପାରି 

ଅଧାପ୍ରାଣ ଚାଲିଯିବ

ନୁଆଁଣିଆ ଚାଳ ଝାଟିମାଟି କାନ୍ଥ 

ଦେଖିଲେ ବେହୋସ ହେବୁ,

ସେତେବେଳେ ସଖୀ ମୁଣ୍ଡ ପିଟି ପିଟି 

ମୋ କଥାକୁ ଭାବୁଥିବୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy