Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Prateek kumar Pahi

Classics Inspirational

3  

Dr Prateek kumar Pahi

Classics Inspirational

ନାରୀ ନୁହେଁ ତୁ ନାରାୟଣୀ

ନାରୀ ନୁହେଁ ତୁ ନାରାୟଣୀ

1 min
551


ଜରାଗ୍ରସ୍ତ ଆଜି ମଣିଷ ପଣିଆ

ମାନସିକତା ଯେ କ୍ରୁର,

ଲୁହର ରଙ୍ଗ ବି ରକତ ସମାନ

ଧରା ହୁଏ ନାରଖାର ।


ଦୁଷ୍କର୍ମ ଶିକାର ନାରୀଟିଏ ସଦା

ଦୁର୍ବୁତ୍ତ ହାବୁଡେ ପଡି,

ପୁରୁଷ ର କ୍ଷୁଧା ମେଣ୍ଟିଗଲା ପରେ

ନିଆଁରେ ଦିଏ ଫୋପାଡି ।


ପଢିଥିଲି ଶାସ୍ତ୍ରେ ସତୀ ଅପମାନେ

କାଳାନଳ ହେଲା ଜାତ,

ସେହି ଅନଳ ରେ ବାଉନ ଭାଗରେ

ଆଦିଶକ୍ତି ମାତା ଖ୍ୟାତ ।


ବ୍ରହ୍ମ ଅନଳରୁ ଜନମିଲେ ଦୁର୍ଗା

ମହିଷାମର୍ଦ୍ଦିନୀ ହୋଇ,

ଆଧୁନିକ ନାରୀ ଯାଇଛି ପାସୋରି

ମହାକାଳୀ ପରା ସେଇ ।


Rate this content
Log in

Similar oriya poem from Classics