STORYMIRROR

Dr Prateek kumar Pahi

Classics

4  

Dr Prateek kumar Pahi

Classics

ଖାଦ୍ୟ ଓଡ଼ିଆ ଭାରି ବଢିଆ

ଖାଦ୍ୟ ଓଡ଼ିଆ ଭାରି ବଢିଆ

1 min
339

ଆରିସା କାକରା ସବୁଠୁ ପ୍ରସିଦ୍ଧ 

ସଭିଏଁ ଜାଣନ୍ତି ନାମ,

ଚକୁଳି ପିଠା ତ ଲଭିଛି ଆଦର 

କେହି ନାହିଁ ତା'ର ସମ....


ପୋଡପିଠା ଆହା ଭାରି ସୁଆଦିଆ 

ରଜ ତିନିଦିନ ପାଇଁ,

ପ୍ରଥମାଷ୍ଟମୀ ରେ ଏଣ୍ଡୁରି ମହକେ 

ହଳଦୀ ପତରେ ଥାଇ....


ମାର୍ଗଶିର ମାସେ କ୍ଷୀରପୁଳି ପିଠା 

ଲକ୍ଷ୍ମୀ ଠାକୁରାଣୀ ପ୍ରିୟ,

ଦଶରା ପରବେ ସିଝାମଣ୍ଡା ଖାଇ

ମହିଷାମର୍ଦ୍ଦିନୀ ଜୟ....


କଟକିଆ କରେ ଛୁଞ୍ଚିପତ୍ର ପିଠା 

ମନ ଜିଣେ ସିଏ ଏକା,

ମୁଗ ଚନ୍ଦ୍ରକାନ୍ତି ମହ ମହ ବାସେ 

ଗଞ୍ଜାମେ ମିଳଇ ଦେଖା....


ବକୁଳ ଉଆଁସ ତିଥିରେ ଗଇଁଠା 

ଘରେ ଘରେ ପରା ହୁଏ,

ଆଦିବାସୀ ଗ୍ରାମେ ଗୁରୁପୁଣି ପିଠା 

ଗ୍ରାମଶିରୀ ମାତା ଖାଏ ....


ଓଡ଼ିଶା ପ୍ରସିଦ୍ଧ ଛେନା ରସଗୋଲା 

ସାଲେପୁର ପାହାଳରେ,

ନରମ ନରମ ଛେନାଝିଲି ମିଳେ 

ପୁରୀ ନିମାପଡ଼ା ଠାରେ....


ରସାବଳି ପାଇଁ କେନ୍ଦ୍ରାପଡା ଜିଲ୍ଲା

ଲଭିଛି ଅଶେଷ ଖ୍ୟାତି,

ଗଞ୍ଜାମ ଜିଲ୍ଲାରେ ଭଳି ଭଳି ମୁଆଁ 

କେତେ ଢଙ୍ଗ କେତେ ଜାତି....


ନୟାଗଡ ଠାରେ ଯେଉଁ ଛେନାପୋଡ଼ 

ଅସଲ ସୁଆଦ ତା'ର,

କ୍ଷୀରପେଡ଼ା ଆଉ ମାଲପୁଆ ପାଇଁ

ଖ୍ୟାତ ପୁଣି ଯାଜପୁର....


ଭଦ୍ରକ ଜିଲ୍ଲାର ପାଳୁଅ ଲଡୁ ତ 

ସବୁ ମନ ନିଏ କିଣି,

ନଡିଆ କୋରାର କି ଗୁଣ ଗାଇବି 

ସେ ପରା ଘଟଗାଁ ମଣି....


ବେସର ମହୁର ପୁରୀରେ ସୁନ୍ଦର 

ଏକବର୍ଣ୍ଣୀ ମିଠାଡାଲି,

ବ୍ରହ୍ମପୁର ଠାରେ ଆଚାର ପାମ୍ପଡ

ସୁପୁଲୁ କୁ ଦାନ୍ତିକିଲି....


ସମ୍ବଲପୁର ରେ ଚାଉଳ ବରା ଓ 

ଢେଙ୍କାନାଳେ ବିରି ବରା,

ମୟୁରଭଞ୍ଜ ରେ ମୁଢି ଖାସିମାଂସ 

ପାଟିରୁ ନ ଛାଡ଼େ ପରା....


କଟକ ଜିଲ୍ଲାର ଦହିବରା ସାଥେ 

ଆଳୁଦମ ଲାଗେ ଭଲ,

କେନ୍ଦୁଝର ଗଡ଼େ ନାନା ଜାତି ବଡ଼ି

ତା ମଧ୍ୟେ ବିଖ୍ୟାତ ଫୁଲ....


ଆଦିବାସୀ ଗ୍ରାମେ ପଡ଼ିଯାଏ ଖୁସି 

କାଇ ଚଟଣି ଟା ହେଲେ,

ମାଣ୍ଡିଆ ଜାଉ ରେ ତାଙ୍କର ଆଦର 

ଭାତ ଟିକେ ମିଶିଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics