ରେବତୀ ଯୁଗ ଶେଷ
ରେବତୀ ଯୁଗ ଶେଷ
କୁନି ଝିଅଟି କହିଲା ଦିନେ
ମାଆ କୋଳରେ ବସି,
ମାଆ ଲୋ ମାଆ ମନ ଖୋଲି ମୁଁ
ପାରେନା କେବେ ହସି ।
ଗୁରୁଜନଙ୍କ ଆଗରେ ଭାଇ
ଗୋଡ଼ କଚାଡ଼ି ଯାଏ,
କଥା ପଦିଏ କହିବା ପାଇଁ
ବାରଣ ମତେ ଥାଏ ।
ଯାନି ଯାତରା ହାଟ ବଜାର
ସବୁ ତ ବୁଲେ ଭାଇ,
ଘର କଣରେ ବସିରହେ ମୁଁ
ମନ କି ମୋର ନାହିଁ ।
ଦୁହିତା ଦୁଇ କୁଳକୁ ହିତା
ଲଭିବି ଦିନେ ଯଶ,
ନିଆଁ ନୁହେଁ କି ଚୁଲୀ ନୁହେଁ ମୁଁ
ରେବତୀ ଯୁଗ ଶେଷ ।