STORYMIRROR

Dr Prateek kumar Pahi

Inspirational Children

3  

Dr Prateek kumar Pahi

Inspirational Children

ରେବତୀ ଯୁଗ ଶେଷ

ରେବତୀ ଯୁଗ ଶେଷ

1 min
518

କୁନି ଝିଅଟି କହିଲା ଦିନେ 

ମାଆ କୋଳରେ ବସି,

ମାଆ ଲୋ ମାଆ ମନ ଖୋଲି ମୁଁ 

ପାରେନା କେବେ ହସି ।


ଗୁରୁଜନଙ୍କ ଆଗରେ ଭାଇ 

ଗୋଡ଼ କଚାଡ଼ି ଯାଏ,

କଥା ପଦିଏ କହିବା ପାଇଁ 

ବାରଣ ମତେ ଥାଏ ।


ଯାନି ଯାତରା ହାଟ ବଜାର 

ସବୁ ତ ବୁଲେ ଭାଇ,

ଘର କଣରେ ବସିରହେ ମୁଁ 

ମନ କି ମୋର ନାହିଁ ।


ଦୁହିତା ଦୁଇ କୁଳକୁ ହିତା 

ଲଭିବି ଦିନେ ଯଶ,

ନିଆଁ ନୁହେଁ କି ଚୁଲୀ ନୁହେଁ ମୁଁ 

ରେବତୀ ଯୁଗ ଶେଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational