STORYMIRROR

Dr Prateek kumar Pahi

Classics Others

3  

Dr Prateek kumar Pahi

Classics Others

ସାପୁଆ କେଳା

ସାପୁଆ କେଳା

1 min
232

କେଲୁଣୀ ନାଚୁଚି ଅଣ୍ଟା କୁ ହଲେଇ 

ଧୁଡୁକି ବଜାଏ କେଳା,

ଗାଆଁ ଦାଣ୍ଡେ ଆଜି ଦେଖେଇବ ଖେଳ 

ଶୁଣେଇ ପଦୁଅଁ ତୋଳା

କେଲୁଣୀ କୁଟାଏ ଗାଆଁ ମାଇପଙ୍କ 

ଦେହରେ ସୁନ୍ଦର ଚିତା,

କେଳା ଜାତି ପୁଣି ସାପୁଆ ନଳୁଆ 

ମାଟିଆ ଓ ମୁଣ୍ଡପୋତା

ସାପ ଲାଞ୍ଜ ଧରି ଡ଼ାହାଣ ହାତରେ 

ଡମ୍ବରୁ ବଜାଇ ଦିଏ,

ଡମ୍ବରୁ ଶବଦେ ଫଣା ଟେକି ନାଗ 

ଗୀତ ତାଳେ ନାଚୁଥାଏ

ବାଳକୃଷ୍ଣ ଲୀଳା ଦେଖାଉଥିଲା ସେ 

ଆଣି ଭାନୁମତୀ ପେଡି,

କଣ୍ଢେଇ ନାଚରେ ପୋଷୁଥିଲା ପେଟ 

ସମୟ ଯାଇଛି ଗଡି

ପଦ୍ମତୋଳା ଗୀତ କେମିତି ଶୁଭିବ 

ସାପର ତ ନାହିଁ କାନ,

କମ୍ପନ କୁ ବାରି ଟେକେ ସିନା ଫଣା 

ଖୁସିରେ ନାଚଇ ମନ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics