STORYMIRROR

Anirudha Kund

Classics

4  

Anirudha Kund

Classics

ଦେଖିଛ କି ବନ୍ଧୁ ପ୍ରଭୁ ଏମିତିଆ

ଦେଖିଛ କି ବନ୍ଧୁ ପ୍ରଭୁ ଏମିତିଆ

1 min
23.8K

କାଳିଆ ତ ନୁହେଁ ତ୍ରିପଣ୍ତ କାଳିଆ

ଧଳା ଧଳା ଆଖି କୁ ଚକା ଡୋଳିଆ

ଦେଖିଛ କି ବନ୍ଧୁ ପ୍ରଭୁ ଏମିତିଆ


ନାଲିଆ ଓଠ ମୁହଁ ଗୁଲୁ ଗାଲିଆ

ଅଣ୍ଟାଟା ତାହାର ଡମ୍ବରୁ ଭଳିଆ

ଦେଖିଛ କି ବନ୍ଧୁ ପ୍ରଭୁ ଏମିତିଆ


ଐଶ୍ବର୍ଯ୍ୟରେ ସେ ତ ବଡ ଦେଉଳିଆ

ମାଧୁର୍ଯ୍ୟରେ ପୁଣି ଭାବ ବିନୋଦିଆ

ଦେଖିଛ କି ବନ୍ଧୁ ପ୍ରଭୁ ଏମିତିଆ


ହଲି ହଲି ଚାଲେ ମୁଣ୍ତରେ ଟାହିଆ

ଦେଖିବାକୁ ତାକୁ ଜଗତ ବାଇଆ

ଦେଖିଛ କି ବନ୍ଧୁ ପ୍ରଭୁ ଏମିତିଆ


ଷାଠିଏ ପୋଉଟି ଭୋଗ ତାର ଥୁଆ

ଦାସିଆ ନଢିଆ ଖାଏ ସେ ନାଟୁଆ

ଦେଖିଛ କି ବନ୍ଧୁ ପ୍ରଭୁ ଏମିତିଆ


କେତେ ସଜ ହୁଏ ରାସ ରସକିଆ

ତ୍ରିଭଙ୍ଗୀଠାଣୀରେ ମୟୁର ଚୁଳିଆ

ଦେଖିଛ କି ବନ୍ଧୁ ପ୍ରଭୁ ଏମିତିଆ


ଭକତ ହୃଦେ ବାସ ନୀଳାଚଳିଆ

ପରାଣ ମୋର ସେହି ଗଳା ମାଳିଆ

ଦେଖିଛ କି ବନ୍ଧୁ ପ୍ରଭୁ ଏମିତିଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics