STORYMIRROR

Puspanjali Panda

Classics

4  

Puspanjali Panda

Classics

ବଉଳଲୋ

ବଉଳଲୋ

1 min
24.6K

ଆମ୍ବ ଗଛଡାଳ ଛାଇ

ବସିଛି ମଉନେ ରତନୀ ଆଈ

ବଉଳଲୋ

ମନ ହୁଏ ପୁରୀ ଯିବାପାଇଁ ବଉଳ ଲୋ...

ଚନ୍ଦନ ଯାତ ସରିଲା

ଜଗା ଦରଶନ କେଭେ ନୋହିଲା

ବଉଳଲୋ

ଆଈ ମନଦୁଃଖରେ ରହିଲା ବଉଳଲୋ

ମେଘହୁଏ ଘନଘନ

ରଥଯାତରାରେ ଯିବାକୁ ମନ

ବଉଳଲୋ

ଜଗା ପରା ଆଈ ଗଣ୍ଠିଧନ ବଉଳଲୋ

କମିନି କରୋନା ହାଇ

କେମିତି ପୁରୀ କୁ ଯିବ ମୋ ଆଈ

ବଉଳଲୋ

ରଥଯାତ୍ରା ହେବା ଜଣାନାହିଁ

ବଉଳଲୋ

ବେକାର ତା ସଜବାଜ

ଫିକାପଡିଯାଏ ରଥ ମଉଜ

ବଉଳଲୋ

ଜଗା ବୁଝିବ ସତେକି ଆଜ ବଉଳଲୋ


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Classics