ବଉଳଲୋ
ବଉଳଲୋ
ଆମ୍ବ ଗଛଡାଳ ଛାଇ
ବସିଛି ମଉନେ ରତନୀ ଆଈ
ବଉଳଲୋ
ମନ ହୁଏ ପୁରୀ ଯିବାପାଇଁ ବଉଳ ଲୋ...
ଚନ୍ଦନ ଯାତ ସରିଲା
ଜଗା ଦରଶନ କେଭେ ନୋହିଲା
ବଉଳଲୋ
ଆଈ ମନଦୁଃଖରେ ରହିଲା ବଉଳଲୋ
ମେଘହୁଏ ଘନଘନ
ରଥଯାତରାରେ ଯିବାକୁ ମନ
ବଉଳଲୋ
ଜଗା ପରା ଆଈ ଗଣ୍ଠିଧନ ବଉଳଲୋ
କମିନି କରୋନା ହାଇ
କେମିତି ପୁରୀ କୁ ଯିବ ମୋ ଆଈ
ବଉଳଲୋ
ରଥଯାତ୍ରା ହେବା ଜଣାନାହିଁ
ବଉଳଲୋ
ବେକାର ତା ସଜବାଜ
ଫିକାପଡିଯାଏ ରଥ ମଉଜ
ବଉଳଲୋ
ଜଗା ବୁଝିବ ସତେକି ଆଜ ବଉଳଲୋ