Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok Kumar Pradhan

Classics Inspirational

4  

Ashok Kumar Pradhan

Classics Inspirational

ଶପଥ

ଶପଥ

1 min
23.5K



ହାତରେ ହାତ ରଖି ଆସ ଆମେ 

ସବୁ ନେବାରେ ଶପଥ, 

ଦୁରେଇ ଦେବା ଦୁଃଖର ଭେଳା 

ମାରି ସୁଖର କାତ ll


ଦୁର୍ଦ୍ଦିନ ସବୁ ଦୂର କରିବା 

ଛାତିକୁ ମିଶାଇ ଛାତି, 

ବଜ୍ର ଶପଥେ ଘୋଷଣା ହେଉ 

ବିଶ୍ବ ଲଭୁ ମୁକତି ll


ସତର୍କତାର ଘଣ୍ଟି ବଜାଇ 

କରିବାରେ ସଚେତନ, 

ହସିବ ଧରା ହସିବା ଆମେ 

ଆନନ୍ଦେ ହୋଇ ମଗନ ll


ସ୍ୱାସ୍ଥ୍ୟ ସୁନ୍ଦର ରହିଲେ ସିନା 

କରିବା କିଛି କାମ, 

ଆମେ ବଞ୍ଚିଲେ ଆମରି ପାଇଁ 

ଦେଶ ହସିବ ଆମ ll


ଆମ ଶପଥ ଆମ ଏକତା 

ନୂଆ ଯୁଗର ବାର୍ତ୍ତା, 

ଏକତା ହିଁ ବଳ ଆମର 

ଯୁଗ ଯୁଗର କଥା ll


ଆଶୁ ବିପତ୍ତି ଦୂରେଇ ଯିବ 

ରହିବନି ତା ଟାଣ, 

ଶୃଙ୍ଖଳ ତାର ଛିଡି ଯିବଟି 

ଆମେ କରିଲେ ପଣ ll


ପୂର୍ଣ୍ଣ ଭାବନା ପୂର୍ଣ୍ଣ ସହଯୋଗ 

ହେଲେଟି ପରିଣାମ, 

ଆମ ଶପଥ ଅଟଳ ହେବ 

ବିଶ୍ଵ ବିଜୟ ଧାମ ll  



Rate this content
Log in