STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ମହୁଆ ନିଶା

ମହୁଆ ନିଶା

1 min
11.9K


କଜ୍ଜଳ ସଜ୍ଜଳ କୁଆଁରୀ କନିଆଁ 

କାଉଁରୀ ପରଶ ଦେଲା, 

ଛାତିର ସ୍ପନ୍ଦନ ବଢିଗଲା ସିନା 

ମନ ହାଇଁପାଇଁ ହେଲା ll


ତା ଦେହର ବାସ ମହୁଆ ନିଶାଟା 

ଅଦିନେ ମାତାଲ କଲା, 

ରହି ହୁଏ ନାହିଁ ସହି ହୁଏ ନାହିଁ 

କିଲିବିଲି କରିଗଲା ll


ଭୃକୁଞ୍ଚ ଭ୍ରମିତ ଭ୍ରମରୀ ଆଖିତା 

ଛାତିରେ ତୀର ମାରିଲା, 

ସୁନେଲୀ ରଙ୍ଗ କୁ କହରା କେଶ ତା 

ହୋସ ଉଡେଇ ନେଲା ll


ଭରା ଯଉବନ କ୍ଷୀଣ କଟି ତାର

ନହୁଲି ବୟସୀ ବାଳା, 

ନିତମ୍ବ ସୁଢଳ ଗଜ ଗାମିନୀର

ନଖରା କରେ ଘାଇଲା ll


ବିଧାତା ଗଢ଼ିଛି କେଉଁ ଧାତୁ ଦେଇ 

ଖାଦ ନ ମିଶେଇ ଭଲା, 

ସଜେଇ ଦେବି ମୋ ମନ ମନ୍ଦିରରେ 

ପକାଇ ବରଣ ମାଳା ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance