ଶୋଭା
ଶୋଭା
ନୁହେଁ କେବଳ ତୁମେ ମୋ କବିତା ମଧ୍ୟେ ବର୍ଣ୍ଣ
ନୁହେଁ ତ କେବଳ ମୋ ରଙ୍ଗୋଲି ମଧ୍ୟେ ଚୁର୍ଣ୍ଣ
ନୁହେଁ କେବଳ ଯେ ଜୀବନ ମଧ୍ୟେ ପିଣ୍ଡ
ନୁହେଁ ତୁମେ କେବଳ ଏକ ମୂଲ୍ୟ ହୀନ ଦଣ୍ଡ
ହେ ଶୋଭା !!!!
ତୁମେ ତ ମୋ କବିତାର ସାର
ମୋର ପ୍ରେମ ଗୀତିର ସ୍ୱର
ମୋ ଜୀବନ ପ୍ରାଣ ମୋ ସମୟର ଅମୂଲ୍ୟ ରତ୍ନ
ରଙ୍ଗମହଲର ରଙ୍ଗମଞ୍ଚରେ ଅସହାୟ ଅଭିନେତ୍ରୀ ମୁଁ
ଅଲୋଡ଼ା କାହାଣୀରେ ଏକା ଏକ ନାୟିକା ମୁଁ
ଏ ଗଳ୍ପ ପୃଷ୍ଠାରେ ଏକା ପୁଣି ଯାତ୍ରୀ ମୁଁ
ଏ ଅଙ୍କା ବଙ୍କା ପଥରେ ତୁମ ଅଲିଅଳି ପ୍ରେୟସୀ ମୁଁ
ତୁମ ପ୍ରେମ କାହାଣୀରେ ପୂର୍ଣ୍ଣିମାର ରାତିର ଜ୍ୟୋତ୍ସ୍ନା ମୁଁ
ତୁମ ଭାବନା ସହରରେ ଏକ ରୋମାଞ୍ଚିତ ସ୍ୱପ୍ନ ମୁଁ
ତୁମ ଅନୁରକ୍ତିର ସ୍ପର୍ଶରେ ଶୀତୁଆ ସନ୍ଧ୍ୟାର ଶେଫାଳି ମୁଁ ।