Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଅକୁହା କଥା

ଅକୁହା କଥା

1 min
174


କହୁ କହୁ କହି ଦେଲି ସେ ଅକୁହା କଥା

ଅକୁହା ହେଲେ କି ହେବ ତୁଚ୍ଛା ସତ କଥା 

ଜାଣିଛି ଲାଗିଥିବ ଶୁଣି ମନେ ତୁମ ବ୍ୟଥା

ବ୍ୟଥା ଲାଗିଲେ କି ହେବ ମରମ ବାରତା।।


ଭାବିଥିଲି କହିବିନି ମୋ ଅକୁହା ବେଦନା

କହିଲେ କି ହେବ ତୁମେ ମୋ କଥା ବୁଝନା 

ବିଜନ ବେଳାର ତୁମେ ଜୀଵନ ସଙ୍ଗୀତ

ସଙ୍ଗୀତ ହେଲେ କି ହେବ ଭାଙ୍ଗିଛି ମୂର୍ଚ୍ଛନା ।।


ଅକୁହା କଥାର ସେ ଏକ ମରମ ଭାବନା

ନବୁଝି ସେ କଥାକୁ ମୋ ଅକଥା କରନା

ମିଛ ଦୁନିଆରେ ସତ୍ୟ ପ୍ରେମର ଭାବନା

ସତ୍ୟ ହେଲେ କି ହେବ ତୁମେତ ବୁଝନା ।।


କଥାର ସେ ପ୍ରହେଳିକା ଦିନେ ଲିଭିଯିବ ଶୂନ୍ୟେ

ପ୍ରଜ୍ଜ୍ଵଳିତ କରି ତାକୁ ତୁମେ ଜଳ କି କାରଣେ 

ପ୍ରିୟତମା ପ୍ରିୟା ମୋର ବୁଝ ବାରେ ମରମ ମନର

ଅମୃତ ଏ ଜୀବନରେ ନ ଗୋଳ ଜହର ।।



Rate this content
Log in

Similar oriya poem from Romance