STORYMIRROR

Chittaranjan Nanda

Romance

3  

Chittaranjan Nanda

Romance

ସ୍ୱଛ ପ୍ରେମ

ସ୍ୱଛ ପ୍ରେମ

1 min
196

ଭାବ ଅନୁରାଗ ଅଟେ ତନ୍ମୟର ଧାରା

ପ୍ରୀତି ମମତାରେ ପ୍ରାଣ ହୁଏ ଆତ୍ମହରା ।୧।


ସଂସାରେ ରହିବାକୁ ସ୍ନେହ ଭାବ ଦରକାର

ଶାନ୍ତି ପାଇଁ ସଭିଙ୍କର ସ୍ନେହ ଭାବ ଦରକାର ।୨।


ଦୃଢ଼ ପ୍ରେମ ଅଟେ ଅପାସୋରା ସମ୍ପର୍କ ରଜ୍ଜୁରେ  

ସ୍ୱଚ୍ଛ ପ୍ରୀତି ଲୋଡ଼ା ପ୍ରତ୍ୟେକ ମଣିଷ ଜୀବନରେ ।୩।


ସବୁଠୁ ଦୃଢ଼ ସମ୍ପର୍କ ପ୍ରେମିକ ପ୍ରେମିକା ମଧ୍ୟରେ

ପ୍ରେମିକା ମଧୁଛନ୍ଦା ଛନ୍ଦାୟିତ ମଧୁର ଝଙ୍କାରେ ।୪।


ସେ ପ୍ରୀତିନନ୍ଦା ତରଙ୍ଗାୟିତ ପ୍ରେମିକ ପ୍ରୀତିରେ

ନିଶିଗନ୍ଧା ସୁବାସିତ ପ୍ରୀତିର ମଧୁର ବାସ୍ନାରେ ।୫।


ପ୍ରୀତିପଦ୍ମା ଦୋଳାୟିତ ପ୍ରେମିକ ହୃଦୟ ପତ୍ରରେ 

ଚିତ୍ରଲେଖା ଚିତ୍ରିତ ଚିରନ୍ତନ ପ୍ରେମ ପ୍ରଣୟ ଅଭିରେ ! ।୬।


ପ୍ରେମିକା ତ ସିକ୍ତ ଶାମୁକା ସାଗର ବେଳାରେ 

ବିଛୁରିତ ହୁଏ ପ୍ରେମିକର ଜ୍ୟୋତ୍ସ୍ନାର କିରଣେ ।୭।


ପ୍ରେମିକା ଅଳକାନନ୍ଦା ଓ ପ୍ରୀତିମୁଗ୍ଧା ସଙ୍ଗିନୀ 

ପ୍ରେମିକ ଠାରେ ରହେ ତାର ହୃଦୟର ସ୍ପନ୍ଦନୀ ।୮।


ଗଭୀର ବିଶ୍ୱାସେ ଗଢ଼ି ଉଠେ ନିବିଡ଼ତା ମନ ମଧ୍ୟର

ମମତା ବଳୟରେ ବନ୍ଧା ହୁଅନ୍ତୁ ମଧୁର ପ୍ରୀତିରେ ।୯।


ପ୍ରେମ ଅଟେ ସ୍ୱର୍ଗୀୟ ବନ୍ଧନ ନାହିଁ ତାର ପରିସୀମା

ହୃଦୟ ଉନ୍ମାଦିତ ଭାବ ପ୍ରକୃତିଦତ୍ତ ନିର୍ଦ୍ଦେଶନାମା ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance