STORYMIRROR

BinayaKumar Mohanty

Romance

3  

BinayaKumar Mohanty

Romance

କିଛି ଖାସ୍

କିଛି ଖାସ୍

1 min
219

ସେମିତି କିଛି ଖାସ୍ ନ ଥିଲା 

ଆଜି ଦିନକ

ଯେମିତି କାଲି, ଯେମିତି ବିତିଗଲା

ପର ଦିନ, ତହିଁ ଆରଦିନ।


ମୋ ଲୁହରେ ଏମିତି 

ଦମ୍ ନଥିଲା ବୋଧେ

ତୋର ପାଦକୁ ଛୁଇଁ ପାରିବାର

ହସରେ ବି କୋଉ ତାକତ ଥିଲା ଯେ

ଫୁଟେଇ ପାରିଥାନ୍ତା କଇଁ କି କମଳ

କେଉଁ ଦିନୁ ପାଣି ପାଇ ନଥିବା

ମନ ମରୁରେ ।


ମୋର ଗର୍ଜନ,ମୋର କାକୁସ୍ତ ପଣ

ମୋର ପ୍ରେମ ଓ ପ୍ରାର୍ଥନା

ସବୁ ଯେମିତି ବେକାର ଥିଲା,

ଯେମିତି ବେକାର ଗଲା

ସହୀଦ ମାନଙ୍କ ଦେଶପାଇଁ ବଳିଦାନ

ଯେମିତି ବେକାର ଥିଲା 

ପବ୍ଜି ପାଇଁ ଜୀବନ ହାରିବା 

ପଞ୍ଚମ ଶ୍ରେଣୀ ପିଲା।


କାଲି ରାତିର ମଧୁଶେଜରେ

ବହିଗଲା ଯେତେ ଲୁହ

ରଣଭୂମିରେ ଯେତେ ରକ୍ତ ନିଗିଡିଲା

ଆତ୍ମୀୟଙ୍କ ଛାତିରୁ

ସକାଳର ଅପେକ୍ଷାରେ ମଉଳିଗଲା

ଯେତେ ଗଜରା

ମଞ୍ଚରୁ ଖାଲି ହାତରେ

ଫେରିଲେ ଯେତେ ସମ୍ଭ୍ରାନ୍ତ ଆୟୋଜନ ,

ଏ ସବୁ ଚାଞ୍ଚଲ୍ୟ ଆଣି ପାରିଲେନି

ସହରରେ,ଆଣି ପାରିଲେନି

ଲୋମରେ ଶୀତ୍କାର ।


କିଛି ଘଟିବା,ଘଟେଇବା ପାଇଁ

ପାଇବା ପାଇଁ ,ଦେବା ପାଇଁ 

କିଛି ଖାସ୍ ତୁ ଆଉ ମୁଁ

ଏଠି ବିତେଇଲେ ଏତେ କାଳ।


ଆଜି ବି ଏମିତି ବିତିଯିବ

ମଉଳିବ ଫୁଲ,ବାହୁଡି ଯିବେ

ସବୁ ମୋହ ଓ ମନାସ

ସବୁଦିନ ପରି।


ଫୁଲଟି ଦୋହଲୁଥିବ ଡେମ୍ଫରେ

ଚମକୁଥିବ ,ଚହଟୁଥିବ ,

ଝଡିଯିବା ଯାଏ,

ଆମ ପାଦ ଯୋଡିକ

ଚାଲିଯାଉଥିବ ସେମିତି 

ସବୁଦିନ ପରି,

ସରୁ ନଥିବା ଯାଏ ବାଟ

ଘଟୁ ନ ଥିବା ଯାଏ କିଛି ଖାସ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance