STORYMIRROR

BinayaKumar Mohanty

Others

2  

BinayaKumar Mohanty

Others

ସାଂସାରୀ

ସାଂସାରୀ

1 min
47

ଗୋଲାପ କଢି ପାଖୁଡାଟିରୁ

ରକ୍ତ ଝରୁଛି।


ଚମ୍ପକ ବରଣା ଚିବୁକରେ

ଧୂଳିଆ ଜନ୍ଦା,

ପାଣି ବିନା ଆଁ କଲାଣି

ଶାଗ ପଟାଳି,

ବୁଢୀର ଏକ୍ଲା ଜୁଆନ

ପୋଷିଲା ପୁଅର 

ଶବ ଆସିଛି ସୀମାରୁ,

କୋହ ରହୁନି।


ହଳଦୀ ବସନ୍ତ ବସାରୁ

ଶେଷ ପାଳିର ଅଣ୍ଡାକୁ

ଲୁଟି ନେବଣି ଢମଣା ସାପ।

ହାତ ପାପୁଲିର 

ଶେଷ ବିଶ୍ବାସ ଟିକକ

ତରଳି ଯାଉଛି,

ସଙ୍ଗରୋଧରେ ଏଣେ

ସନ୍ତୁଳି ହେଉଛି ନିଶ୍ବାସ।


ମୋକ୍ଷର ଶେଷ କାନ୍ଥଟି

ବାଟ ଓଗାଳି ବସିଛି,

ତୋତେ ଏବେ ଗୀତ ମାଡୁଛି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍