STORYMIRROR

BinayaKumar Mohanty

Others

3  

BinayaKumar Mohanty

Others

ଅତୃପ୍ତ

ଅତୃପ୍ତ

1 min
124

ଦେହଧାରୀ ଆତ୍ମା ମାନଙ୍କ 

ଶୀର୍ଷାସନ ଦେଖିଛି।


ଇତସ୍ତତଃ ସର୍ବ ଦିଗାୟଣ,

ତଣ୍ଟି ପାଖରେ 

ଲାଖି ଯାଉଥିବା କୋହ,

ଓଠରେ ଅଟକି ଯାଉଥିବା ହସ,

ଛାତି ତଳେ ଛଟପଟ ପ୍ରେମ।


ଏସବୁ ଗୋଟିଏ ଭୂତକୋଠିର

ଭିନ୍ନ ଭିନ୍ନ ଦୃଶ୍ୟ।


ଅନେକ ଦିନୁଁ କେହି ଭଲରେ

କାନ୍ଦି ପାରି ନାହାଁନ୍ତି,

ହସି ପାରିନାହାନ୍ତି ମନଖୋଲି

ହୃଦୟ ତ ବୋଧେ ବନ୍ଦ ସବୁଦିନ

ଖାଲି ଯାହା ବାରିବା କଥା ସ୍ପନ୍ଦନ।


କେହି କେହି ଲୋଟି ପଡିଛନ୍ତି 

ମଣି ମାଣିକ୍ୟ ବୈଦୁର୍ଯ୍ୟର

ବିମାନ ଘାଟିରେ

ତ କେହି ଜ୍ଞାନ ଗରିମାର 

ଗମ୍ବୁଜ ଉପରେ ଗର୍ଜନ କରୁଛି।


ଛୋଟ ମୁହଁରେ ବଡ଼ କଥା ହଜୁର

ଭାତ ଲୁଣ ପାଇଁ ସକାଳୁ ସଂଜ

ଷୋଳ ଶୃଂଗାରରେ ମାତି ଥିବା 

ମାତାଲ୍ ପ୍ରେମିକାର ଗୀତ ମୁଁ ଶୁଣିଛି,

ଓଠ ନିତମ୍ବର ନଗ୍ନ ନିଶାରେ ମଗ୍ନ

ମହର୍ଷିର ଅସହାୟ ଓଁକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍