Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Romance

3  

Suresh chandra Padhy

Romance

ସ୍ୱପ୍ନ ନାୟିକା

ସ୍ୱପ୍ନ ନାୟିକା

1 min
132


ତୁମେ ସ୍ୱପ୍ନ ନାୟିକା ମୋର କେବେ ଆସ ଚୁପି ଚୁପି

ମୋ ମନର ନାୟିକା ତୁମ ନାମକୁ ଦେଇଛି ଲିପି ।


ତୁମେ ମନର ମଇନା ମୋର ସପନ ନାୟିକା ମୋର

ତୁମ ପାଇଁ ସଜାଇ ରଖିଛି ଘର ଅଗଣା ମୋର ।


ତୁମେ ମୋ ଜୀବନେ ଆସି ଫଗୁଣକୁ ସାଥେ ନେଇ ଆସିବ

ମୋ ସ୍ବପ୍ନର ନାୟିକା ପ୍ରୀତିର ରଙ୍ଗରେ ମୋତେ ରଙ୍ଗେଇଦେବ।


ଦୁଃଖ ର ଶ୍ରାବଣ କୁ ମୋ ମନରୁ ଦେବ ଦୁରେଇ

ମୋ ସ୍ୱପ୍ନ ନାୟିକା ଆସିଲେ ପାଖକୁ ହସଦେବ ଓଠେ ଫୁଟାଇ।


ଏକା ଏକା ଜୀବନେ କେତେ ଦିନ ରହିବି

ମୋ ସ୍ୱପ୍ନ ନାୟିକା ତୁମ ହାତ ଧରି ଜୀବନେ ଚାଲିବି ।


ସୁଖର ସାଗର କୂଳେ ବାଲି ଘର ତୋଳିବା

ମୋ ସ୍ୱପ୍ନ ନାୟିକା ଆମେ ମିଶି ମିଠା ସଂସାର ଗଢିବା ।


ଦୁଇ ଦିନ ଜୀବନରେ ବଞ୍ଚିବା ଆମେ ସାଥି ହୋଇ

ମୋ ସ୍ୱପ୍ନ ନାୟିକା ତୁମରି ପଥକୁ ରହିଛି ଅନାଇ ।


Rate this content
Log in

Similar oriya poem from Romance