Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁଭଦ୍ରା ସିଂହ

Romance

3  

ସୁଭଦ୍ରା ସିଂହ

Romance

ସନ୍ଦେହ

ସନ୍ଦେହ

1 min
136


ଅସହନୀୟ ଉଦବେଗ ରଚୁଛି ଏ ସମୟ  

ମନ ମଧ୍ୟରେ ଅସୁମାରୀ ଭାବନା....

ହୃଦୟକୁ ବିଦାରିତ କରୁଛି ମୋ ଚିନ୍ତାଧାରା  

ଏକ ଇର୍ଷାତ୍ମକ ଜ୍ୱଳନର ବଶବର୍ତ୍ତୀ ମୁଁ...

ନିରୁପାୟ ମୋ ମନ  

ସକାରାତ୍ମକ ଭାବନା ସାଉଁଟିବାକୁ...

କାରଣ ସାଜିଛ ତୁମେ ଏବଂ ତୁମ ଅନୁରକ୍ତି...

ବିଛିନ୍ନତାକୁ ଭୟ କରୁଛି ଆଜି ମୁଁ  

ଅସହ୍ୟ ମୋ ଦ୍ୱାରା ତୁମଠୁ ଦୁରେଇ ରହିବା...

କାହିଁକି ତୁମେ ଏତେ ନିକଟତର ଅନ୍ୟ ସହ?

କାହିଁକି ଏତେ ବନ୍ଧୁତ୍ୱର ଭାବ ଅନ୍ୟ ସହ?

କାହିଁକି ସମସ୍ତ ଙ୍କର ହୃଦୟରସ୍ପର୍ଶୀ ତୁମ ବଦନ ?

କାହିଁକି ଅନ୍ୟର ଦୃଷ୍ଟି ଆକର୍ଷଣ କଲାପରି ହରକତ ତୁମର?

କାହିଁକି ଅନ୍ୟର ଅନୁରକ୍ତି ତୁମ ପ୍ରତି ମୋ ଠାରୁ ଅଧିକ?

ମନକୁ ଦଗ୍ଧ କରୁଛି ମୋର ଏ ଅନୁଭବ  

ଭୟଭୀତ ଆଜି ମୁଁ  

ସମୟ ଆମ ମଧ୍ୟରେ ଦୂରତ୍ୱକୁ ପରିବର୍ଦ୍ଧିତ କରିବନି ତ?

ସହିଷ୍ଣୁତାର ପ୍ରାଚୀର ଲଙ୍ଘିବନି ତ ଆମ ମଧ୍ୟରେ ଥିବା ଏ ପଥ?

ହେ ଅନୁଭବ !

ହୃଦୟରୁ ସର୍ବଦା ଏକ ଧ୍ୱନି ଗୁଂଜରିତ ହେଉଛି  

"ତୁମେ ମୋର କେବଳ ମୋର  

କ୍ଷମତାହୀନ ଏ ସୃଷ୍ଟିର ସୌନ୍ଦର୍ଯ୍ୟ

ତୁମ ଦୃଷ୍ଟିକୁ ଆକର୍ଷିତ କରିବାପାଇଁ  

ଯୋଗ୍ୟତାହୀନ ଏ ପ୍ରକୃତି 

ତୁମ ବ୍ୟବହାରକୁ ପରିବର୍ତ୍ତନ କରିବାପାଇଁ  

ଶୋଭା କେବଳ ସୁଶିଷ୍ଟତାର  

ସୁଆଚରଣ ଶୋଭାର ପ୍ରକୃତିରେ ପରିବର୍ଦ୍ଧିତ... "

ହଁ ' ଭଲ ପାଇବାର ଭାବନାରେ ତୁମେ ମୋ ହୃଦୟେ ପୂଜିତ  

ହଁ ' ଈର୍ଷାନ୍ୱିତ ମୁଁ ତୁମ ଭଲ ପାଇବା ପାଇଁ...।



Rate this content
Log in

Similar oriya poem from Romance