STORYMIRROR

Ashok Kumar Pradhan

Inspirational

4  

Ashok Kumar Pradhan

Inspirational

ସ୍ଵାଧୀନ ଭାରତ

ସ୍ଵାଧୀନ ଭାରତ

1 min
108

ଆସିଛି ଆଜି ଶୁଭ ଲଗନ

ଉଡେ ତ୍ରିରଙ୍ଗା ପତାକା, 

ସବୁରି ତନ୍ତ୍ରୀ ନାଚି ଉଠୁଛି 

ଆଜି ପରା ସ୍ଵାଧୀନତା ll


ମନ ଆନନ୍ଦେ ଗାଇ ଯାଉଛି 

ଆମ ଜାତୀୟ ସଙ୍ଗୀତ, 

ଦମ ଦମା ଦମ ମାଦଳ ବାଜେ 

ପ୍ରାଣେ ପ୍ରାଣେ ପୁଲକିତ ll


ପରାଧୀନତାର ଶିକୁଳି ଛିଡିଛି

ମୁକ୍ତ ବିହଙ୍ଗ ଆମେରେ, 

ନୀଳ ଆକାଶରେ ଉଡି ବୁଲୁଛୁ 

ମଙ୍ଗଳଗୀତି ଗାଇରେ ll


ମନେ ପଡୁଛି କି ଫିରିଙ୍ଗି ଶାସନ 

ସେହି କାଳରାତ୍ରୀ କଥା ? 

ପ୍ରଜାମେଳି ଠାରୁ ସିପାହୀ ବିଦ୍ରୋହେ

ଗଡିଥିଲା କେତେ ମଥା ll


ଗାନ୍ଧୀ ଗୋପବନ୍ଧୁ ସୁଭାଷ ବାଜି 

ଭଗତଙ୍କ ବଳିଦାନ, 

ସ୍ଵାଧୀନତାର ରଣ ସମରେ 

ଯାଇଛି କେତେ ଜୀବନ ll


ବଣିଜ ପାଇଁ କି ଚାଟୁକାର ସାଜି 

ବନିଲେ ମୂଲକ ରାଜା, 

ସବୁ ଲୁଟିନେଲେ ଐଶ୍ଵର୍ଯ୍ୟ ଶିରୀ 

କାଙ୍ଗାଳ ହେଲେ ପରଜା ll


ଅଖଣ୍ଡ ଭାରତ ଅଖଣ୍ଡତା ଆଜି 

ବିଶ୍ୱେ ଅଛି ବଜାୟ, 

ନ୍ୟାୟ ନୀତି ସାର୍ବଭୌମେ ପରିଚିତ 

ସୁନ୍ଦର ତା ପରିଚୟ ll


ଜନନୀ ଜନମ ଭୂମିର ସୁରକ୍ଷା 

ସେବାରେ ଦେଶ ଯବାନ, 

କାନ୍ଧକୁ କାନ୍ଧ ମିଶାଇ ରହିଛି 

ମୋ ମାଟିର କିଷାନ ll


ଦେଶ ପ୍ରଗତିରେ ସାଥୀ ହେବା ଆମେ 

ହାତକୁ ମିଶାଇ ହାତ, 

ଭିନ୍ନ ପରିଚୟ ସୃଷ୍ଟି କରିବାରେ 

ଗଢ଼ିବା ନୂଆ ଭାରତ ll


ବିଜୟୀ ତ୍ରିରଙ୍ଗା ପତାକାକୁ ଚାହିଁ 

ଆସ ନେବାରେ ଶପଥ, 

ସମ୍ବିଧାନକୁ ସମ୍ମାନ ଦେବା 

ଆମେ ତା ଚିର ରକ୍ଷକ ll


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational