STORYMIRROR

Raja Sekhar CH V

Abstract Classics Others

4  

Raja Sekhar CH V

Abstract Classics Others

କାଳିଆ ନନା

କାଳିଆ ନନା

1 min
23.4K

କାଳିଆ ନନା

ଆମ କାଳିଆ ନନା

ଆମ ନୀଳାଚଳିଆ ନନା


ତୁମେ ଆମର ଜନନାୟକ,

ତୁମେ ଆମର ମହାନାୟକ,

ତୁମର ସ୍ମରଣ ଆନନ୍ଦଜନକ,

ଚକାଆଖି ତୁମର ଚିତ୍ତାକର୍ଷକ


ତୁମେ ଆମର ସହାୟକ,

ତୁମେ ଆମର ସଂରକ୍ଷକ,

ତୁମେ ସୃଷ୍ଟିର ପରିଚାଳକ,

ତୁମେ ଏ ଜୀବନର ଚାଳକ


ତୁମେ ଆମର ମନୋହର ମଣିମା,

ତୁମେ ଆମର ଜ୍ୟୋତିର୍ମୟ ପ୍ରତିମା,

ତୁମର ସସ୍ନେହର ନାହିଁ କିଛି ସୀମା,

ମହିମଣ୍ଡଳରେ ଅସୀମ ତୁମ ମହିମା


ତୁମର ସ୍ନାନ-ଯାତ୍ରା ହେତୁ ବିଶ୍ୱବିଖ୍ୟାତ ଯେ ଜ୍ୟେଷ୍ଠ ପୂର୍ଣ୍ଣିମା,

ସ୍ନାନବେଦୀରେ ଶହେଆଠ କଳଶୀର କରି ହେବନି ଉପମା,

ବଳଭଦ୍ର ସୁଭଦ୍ରାଙ୍କ ସହ ତୁମ ଅଭିଷେକର ଅଛି ନିଜ ସୁଷମା,

ଅନନ୍ତର ରାଜବୈଦ୍ୟଙ୍କୁ ଜ୍ଞାତ ହୁଏ ତିନି ଭାଇ-ଭଉଣୀଙ୍କ ଉଷ୍ମା


କେତେ ଆହ୍ଲାଦଦାୟକ ତୁମର ହାତି ବେଶ,

ଅବ୍ୟ ଅଣସର ଆବାସରେ କରୁଛ ପ୍ରବେଶ,

ବ୍ରହ୍ମଗିରି ଅଲାରନାଥ ହୋଇ ଦେଉଛ ଆଶିଷ,

ଏକପକ୍ଷ ପରେ ହୁଏ ତୁମର ନବଯୌବନ ବେଶ


କାଳିଆ ନନା

ଆମ କାଳିଆ ନନା

ଆମ ନୀଳାଚଳିଆ ନନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract