STORYMIRROR

Krushnapriya Mohapatra

Classics Others

4  

Krushnapriya Mohapatra

Classics Others

ବିରହର ବ୍ୟଥା

ବିରହର ବ୍ୟଥା

1 min
23.1K

ଉର୍ମିଳା ମୁଁ ସୌଭାଗିନି ଜନକ ଦୁହିତା।

ସୁକୁମାରୀ ଅଲିଅଳି ଅତି ଅପରୂପା

ଅଯୋଧ୍ୟା ରାଜବଧୁ ସୌମିତ୍ରୀପ୍ରଣୟିନୀ

ତପସ୍ୟା ମୋ ହେବ ପୂର୍ଣ୍ଣ ପାହିଲେ ଯାମିନି।


ଆସିବେ ଅଯୋଧ୍ୟା ଫେରିଯେବେ ମୋର କାନ୍ତ

ଜ୍ୟେଷ୍ଠ ଭ୍ରାତା ସହ ମୋର ଭଗ୍ନି ହୋଇ କ୍ଲାନ୍ତ

ଅନେକ ଦିନ ପ୍ରତୀକ୍ଷା ହୋଇବ ମୋ ଶେଷ

କରିବି ତାଙ୍କ ଚରଣ ସେବା ଅହର୍ନ୍ନିଶ


ବର୍ଷ ବର୍ଷ ବିରହ ର ଦିନ ବିତାଇଲି 

ବିଧିର ବିଧାନ ବୋଲି ମନେ ଭାବି ନେଲି।

ବନେ ଗଲା ବେଳେ କାନ୍ତ କହିଥିଲେ ପୁଣି

ହସ ହସ ବଦନ ରେ ଦିଅ ଗୋ ମେଲାଣି।


ସ୍ମୃତିରେ ରଖିବି ତୁମ ହର୍ଷିତ ଚେହେରା

ସେବାରେ ଲାଗି ରହିବି ନିଶ୍ଚିନ୍ତରେ ପରା।

ତୁମ ପାଖେ କରୁଅଛି ଅଳି ଆଗୋ ପ୍ରିୟେ

ସେବା କରୁଥିବ ମାତା ମାନଙ୍କୁ ସାଦରେ


ବିଶେଷ ଭାବରେ ମାତା କଉଶଲ୍ୟାପାଦେ

ସେବୁଥିବ ମାନନୀୟା ଅତି ଆଦରରେ।

ମନେକରି ବନି କେବେ ମୋ ପାଇଁ ଭାବନା

ଜ୍ୟେଷ୍ଠଭ୍ରାତାଙ୍କ ଚରଣ ଆଶ୍ରା ମୋର ସିନା


ରଘୁବଂଶି ସତ୍ୟ ରକ୍ଷା କରିବା ପରାଏ

ମୁହିଁ ରକ୍ଷା କରି ଅଛି ତୁମ ଅଭିପ୍ରାୟେ।

ବିରହିଣି ରହିଛି ମୁଁ ତୁମ ପ୍ରତୀକ୍ଷାରେ

ଆସିବ ଫେରି ମୋ ପାଶେ ଏଇ ଜୀବନରେ

ଧନ୍ୟ ହେବ ନୟନ ମୋ ଲଭି ଦରଶନ

ସମର୍ପି ଦେବି ଚରଣେ ମୋର ଏ ପରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics