STORYMIRROR

Ashok Kumar Pradhan

Classics

4  

Ashok Kumar Pradhan

Classics

ପୁସ୍ତକର ପରିଭାଷା

ପୁସ୍ତକର ପରିଭାଷା

1 min
23.2K


ନାନା ମଲାଟର ପରିପାଟୀ ତଳେ 

ଲୁଚି ରହିଥାଉ କାହିଁ, 

ପାଠକର ରୁଚି ଅଭିରୁଚି ବଢେ 

ପଠନେ ଆଗ୍ରହ ଥାଇ ll


ଲେଖକ ଲେଖିକା ଅମୁଲ ଧନ ତୁ 

ସିନ୍ଧୁକର ଚାବିକାଠି, 

ଅଦର୍ଶନେ ମନ ଗ୍ରହଣେ ସ୍ପନ୍ଦନ 

ମଉନ ମଗନେ ଲୋଟି ll


କେତେ ରୂପ ରଙ୍ଗେ କେତେ ଭାଷା ମଧ୍ୟେ 

ସୃଷ୍ଟିର ସମ୍ଭାର ସାଜି, 

ଅଳୀକ ସଂସାର କ୍ଷଣିକ ବନ୍ଧନ 

ବଢେ ତୁମ ଶୋଭା ରାଜି ll


ଜ୍ଞାନର ଫୁଆରା ବଢେ ଯାହା ଲାଗି 

ସର୍ବତ୍ର ହେଉ ପୂଜିତ, 

କେତେ ବହି ଥାକ ଶୋଭା ବର୍ଦ୍ଧନରେ 

ଯେ ନାମେ ବିଶ୍ଵ ବନ୍ଦିତ ll


ଆଚ୍ଛାଦନ ଦେଖି କଳିହୁଏ ନାହିଁ 

ଭିତର ଗୁଢ଼ ରହସ୍ୟ, 

ପାଠକ କରନ୍ତି ମୂଲ୍ୟାୟନ ପୁଣି 

ପଢି ତୋର ସାରତତ୍ତ୍ୱ ll


ବିଦ୍ୟାର୍ଥୀଙ୍କ ପାଇଁ ଜଡିବୁଟି ପ୍ରାୟ 

ବୟସ୍କଙ୍କ ଲାଗିି ପଥି, 

ଅବା ଯାତ୍ରା କାଳେ ବିଜନ ମାନସେ 

କରେ କେବେ ନିଜ ସାଥୀ ll


କିମ୍ବଦନ୍ତୀ ଠାରୁ ପାଣ୍ଡୁଲିପି ଯାଏ 

ଲିପିବଦ୍ଧ ଯାର ମଧ୍ଯେ, 

ଅଜ୍ଞାନ ମାନବ ଜ୍ଞାନ ଲଭେ ସେହୁ 

ଅସାଧନ ପଥ ସାଧେ ll


ସାଧକର ସିଦ୍ଧି ସାଧନା ବୃଦ୍ଧି 

ସେବାରେ ନିମଗ୍ନ ରହି, 

ପୁସ୍ତକର ପରିଭାଷା ବିଦ୍ୟମାନ

ବିଶ୍ବେ ହୁଅ କାଳଜୟୀ ll



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Classics