Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sahil Kumar Das

Classics Others

4  

Sahil Kumar Das

Classics Others

ମେଘଦୂତ

ମେଘଦୂତ

1 min
23.9K



ନୁହେଁ ମୁଁ ଯକ୍ଷ ନୁହେଁ କାଳିଦାସ

ନାହିଁ ମୋ ଚେତନେ କାବ୍ୟ

ତଥାପି ଭାରି ଇଚ୍ଛା ହୁଏ ଆଜି

ଲେଖିବାକୁ ମେଘେ ରାଗ ।

ରାଗ ରାଗିଣୀ ଜ୍ଞାନ ନାହିଁ ବୋଲି

ଲେଖନୀ ମୋ ଚାଲୁନାହିଁ

ବୈକୁଁଠୁ ଓହ୍ଲାଇ ଲେଖ ଆଉ ଥରେ

ମେଘଦୂତ ଭାବଗ୍ରାହୀ ।

ତୁମ ଉପସ୍ଥିତି ଲଭିବାକୁ ଯଦି

ଲୋଡ଼ୁଅଛ ଆବାହନ

ମୋ ସ୍ୱଳ୍ପ ଜ୍ଞାନେ ଲେଖି ଦେଉଅଛି

କିଂଚିତ ତୃଟ ଜଣାଣ ।

ଅନନ୍ତ ଶୟନ ମହାବିଭୁତ

ହସ୍ତେ ଭବ୍ୟ ସୁଦର୍ଶନ

ହେ ନଭ ରୂପ ଅପୂର୍ବ ଶୋଭିତ

ସ୍ୱୟଂକୃତ ପରଂବ୍ରହ୍ମ ।

ତ୍ରିସନ୍ଧ୍ୟା ବିକ୍ଷିପ୍ତ ସ୍ବେମହାକାଶ

ନକ୍ଷତ୍ର ଚାଳନ କର୍ତ୍ତା

ଗ୍ରହାଣୁ ସ୍ଥାଣୁ ଅଣୁ ପରମାଣୁ

ସର୍ବତ୍ରେ ସ୍ଥଗିତ ସତ୍ତା ।

ଆବାହନ କରେ ମୋ ମୁଢମତି

ଲେଖନେ ପ୍ରବେଶିବାକୁ

ଲଗନେ କ୍ଷଣିକ କାବ୍ୟଭୂଷିତ

ମେଘଦୂତ ରଚିବାକୁ ।


Rate this content
Log in