STORYMIRROR

Sahil Kumar Das

Thriller Others

3  

Sahil Kumar Das

Thriller Others

ଅଭୁଲା ରହୁ ଏ ଜନ୍ମଦିନ

ଅଭୁଲା ରହୁ ଏ ଜନ୍ମଦିନ

1 min
11.5K

ସମ୍ପର୍କ ବଜାରେ ପ୍ରତାରଣା ଚୋଟ

ଖାଇ ମରୁଥିଲି ଯେବେ

ଜୀବନ ଦର୍ଶନ ଶିଖାଇଲ ସଖୀ

ତୁମ ପ୍ରେମ ଭାବାବେଗେ ।


ଶୁଭ ଦିବସର ଶୁଭ ଅବସରେ

ସଖୀ ମୋର ତୁମ ପାଇଁ

ଲେଖି ମୋ ହାତରେ କବିତା ରାଗିଣୀ

ଫେରିଛି ସାଥିରେ ନେଇ ।


ବିଧାତା ଘଡିର ସମୟ କାଳୀରୁ

ଚୋରେଇ ସୁଖର ପ୍ରୀତି

ତୁମ ଜନ୍ମଦିନ ଶୁଭ ଅବସରେ

ଦେଉଛି ତୁମକୁ ଭେଟି ।


ବିତା ଦିନ ସବୁ ଚାଲି ଯାଇଛନ୍ତି

ସହି କେତେ ଅଭିମାନ

ପଛ କଥା ଭୁଲି ଶୁଭେଚ୍ଛା ବାଢୁଛି

ଅଭୁଲା ରହୁ ଏ ଜନ୍ମଦିନ ।


Rate this content
Log in

Similar oriya poem from Thriller