STORYMIRROR

Sahil Kumar Das

Others

3  

Sahil Kumar Das

Others

ଧରାକୁ ଆସିଛୁ ମା'

ଧରାକୁ ଆସିଛୁ ମା'

1 min
12K

ଏତେ ଦିନ ପରେ ଧରାକୁ ଆସିଛୁ ମା

ତୋ ବିନୁ ଏ ଧାରାରେ ନାହିଁ କେହି ସାହା

କାଶତଣ୍ଡୀ ଫୁଲ କରେ ସ୍ୱାଗତ ତତେ

ଭୋଗ ଲାଗି ହେବେ ଉଳ ଫଳ କେତେ

ତୋ ବିନୁ ଆଉ କେ କରିବା ଆହା

ଏତେ ଦିନ ପରେ ଧରାକୁ ଆସିଛୁ ମା ।


ମାସ ଭିତରେ ଅଶ୍ୱିନ

ବଡ ଧରମର କଷଣ

ଯେବେ ହୁଏ ପାପ ଭରା ବେଶୀ

ପଡୁ ଧାରାକୁ ଆକାଶୁ ଖସି

ଉଦ୍ଧରିବା ପାଇଁ ଯେତେ ପତିତ ପତିତା

ଏତେ ଦିନ ପରେ ଧରାକୁ ଆସିଛୁ ମା ।


ଦଶ ଦିନ ଦଶ ପୂଜା

ହେବୁ ମଣ୍ଡପେ ଅଧିଷ୍ଠିତା

ଦେଖି ତୋ ମୃଣ୍ମୟୀ ରୂପ

ଯେତେ ଅସୁର ପ୍ରବୃତି ଯିବେ ସବୁ ନାଶ

ଧରି ଦଶ ବିଦ୍ୟା କାୟା

ସ୍ୱାଗତ କରୁଛି ହାତ ଯୋଡି ମୋର

ଏତେ ଦିନ ପରେ ଧରାକୁ ଆସିଛୁ ମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍