ପ୍ରେମ
ପ୍ରେମ
ମନ କାଗଜରେ ପୀରତି କାଳିରେ
ଲେଖୁଥିଲି ପ୍ରେମ ଗପ
ଯବନିକା ଶେଷ ହୋଇଲାବେଳକୁ
ଅପଦସ୍ତ ରଙ୍ଗମଞ୍ଚ ।
ପ୍ରେମ ଯେ ଅଟଇ ପଦ୍ମଫୁଲ ତଳ
ବିଷଧର ନାଗ ସାପ
କେବେ ହୋଇଉଠେ ଦେବତା ସ୍ୱରୂପ
କେବେ ହୋଇଯାଏ ପାପ ।
ତମ ମୋ ସମ୍ପର୍କ ଛିଣ୍ଡା ସୁତା ଭଳି
ମଳିନ ଅପରିଷ୍କାର
ମୁଁ ଯଦି ଅଟେ ନିହାଣ ଆଘାତ
ତୁମେ ଅଟ ନଗ୍ନ ପ୍ରସ୍ତର ।
ବ୍ୟଥିତ କାହାଣୀ ଲେଖିବାକୁ ଆଜି
ମନେ ହେଉ ନାହିଁ ମୋର
କାହିଁକି ଲେଖିବି ଆଉ ସେ କାହାଣୀ
ବ୍ୟଥା ଅନ୍ୟନାମ ଯାହାର !