ନିର୍ଗୁଣାକାର
ନିର୍ଗୁଣାକାର
1 min
22.8K
କଣ୍ଟକ ଅଭେଦ୍ୟ ନିର୍ଲିପ୍ତ କବଚ
ସାଜିପାରେ ଫୁଲ ଶର
ଘୋଟି ଆସେ ଯେବେ ମନ ବୃନ୍ଦାବନେ
ଶିଥିଳ ପ୍ରେମର ନୀର ।
ନୀର ନୁହେଁ ଚିର ଦୈହିକ ସ୍ବରୁପେ
ଖୋଜୁ ଯେବେ ଦେହ ରସ
ରାମ ମହୋଦଧି ପରିରେ ଅଧମ
ଝରୁଥାଏ ବାରମାସ ।
ସଗୁଣ ନିର୍ଗୁଣ ତିମିରେ ପ୍ରବେଶ
ଡାମର ନାମେ ତନ୍ତ୍ରେ ନିବେଶ ।
ମୁନି କପି ତପୀ ଭ୍ରମରେ ଭ୍ରମିତ
ସତ୍ତ୍ଵ ରଜ ତମ ସଗୁଣେ ନିର୍ଲିପ୍ତ ।
ତନ୍ତ୍ରଯେ ଅଟଇ ଏତିନିଙ୍କ ସାର
କାୟା, ମନ, ବାକ୍ୟ ସିଦ୍ଧ ଶୃଙ୍ଗାର ।
ତନ୍ତ୍ରେ ସିଦ୍ଧ ଭୋଗେ ଶକ୍ତି ସମ୍ପୂର୍ଣ୍ଣ
ସାଧେ ଯେବେ ଧ୍ୟାନ ଯୋଗ ସ୍ତମ୍ଭନ ।
କାମନା ବାସନା କରେ ଯଦି ଦୂର
ଭେଟଇ ଶେଷେ ସେ ନିର୍ଗୁଣାକାର ।