STORYMIRROR

Sahil Kumar Das

Romance

3  

Sahil Kumar Das

Romance

ଗଜଲ

ଗଜଲ

1 min
11.8K


ମାୟାବିନୀ ଆଖି ପତା ତଳୁ ସାଉଁଟି ଲୋତକ ମୋତି

ଋତୁରୁ ଲୁଚେଇ ଶାମୁକାରେ ଭରି ସାଇତିଲା ଏମିତି

ଦେଖୁଦେଖୁ ଭିଜେଇ ଦେଲା ନିଜ ଗୋଲାପୀ ଖୁସିରେ

ହସେଇଲା ମତେ ସିଏ ତା ନିଖୁଣ ଚପଳିତ ହସରେ

ଏତେ ହସ ଏତେ ରଙ୍ଗ କାହାଠୁ ପାଇଛି ଜାଣେନା

ତଥାପି ସେ କରେ ମତେ ସାଗର କୂଳେ ଆନମନା |

ଭାଙ୍ଗି ଦେବାପାଇଁ ନୀରବତା

ସାଜିଲା ସେ ନିଜେ ପରିତ୍ୟକ୍ତା |

ଇନ୍ଦ୍ରଧନୁ ମାଖି ଓଢଣୀରେ

ଭରିଦେଲା ରଙ୍ଗ ଜୀବନରେ

ଏତେ ରଙ୍ଗ ଏତେ ରୂପ କିଏ ଲୋ ତତେ ଦେଇଛି ?

ପଚାରିଲି ଯେବେ ମନ ଖୋଲି

ପ୍ରତ୍ୟୁତ୍ତର ରଙ୍ଗ ଦେଲା ବୋଳି

ଭୁଲିଗଲ କି ପ୍ରିୟ ମତେ, ତୁମେ ପରା ମତେ ଗଢ଼ିଛ !

ଦେହେ ମାଖି ନୀଳରଙ୍ଗ ଗଜଲଟେ କରି ତୋଳିଛ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance